ପ୍ରଶିକ୍ଷଣ ଶିବିରରେ ସାମିଲ ହେବନି ବିଜେଡି, ବାଚସ୍ପତିଙ୍କୁ ଚିଠି ଲେଖିଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର:ପ୍ରଶିକ୍ଷଣ ଶିବିରରେ ସାମିଲ ହେବନି ବିଜେଡି।ଓଡିଶା ବିଧାନସଭା ସଦସ୍ୟଙ୍କୁ ନେଇ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ସାମିଲ ହେବେନି ବିଜେଡି ସଦସ୍ୟ। ଏ ନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ବିଜେଡି ବିଧାୟକ ମାନେ ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ ନାହିଁ ଚିଠିରେ ଉଲ୍ଲେଖ ରହିଛି । ବିଜେଡିର ଅଭିଯୋଗ ବିଧାନସଭାର ପରମ୍ପରା ଭାଙ୍ଗି ପ୍ରଶିକ୍ଷଣ ଶିବିର କରାଯାଉଛି। ଯେଉଁମାନେ ଓଡିଶା ବିଧାନସଭାର ସଦସ୍ୟ ନୁହନ୍ତି ସେମାନେ ପ୍ରଶିକ୍ଷଣ ଶିବିର ଉଦଘାଟନ କରିବେ ଯାହା ବିଲକୁଲ ଶୋଭନୀୟ ନୁହେଁ ବୋଲି ବିଜେଡି ଅଭିଯୋଗ ଆଣିଛି। ପ୍ରଶିକ୍ଷଣ ଶିବିରକୁ ବିଜେପି ଅଧକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଥାଉ ଥାଉ କିଭଳି ବିଧାନସଭା ବାହାର ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ ଯାହା ପରମ୍ପରା ବିରୋଧୀ ବୋଲି ବିଜେଡି ଅଭିଯୋଗ କରିଛି।
ଆସନ୍ତା ୧୭ ଓ ୧୮ ତାରିଖ ଦୁଇଦିନ ଧରି ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ହେବ।