ସୃଷ୍ଟି ହେଲା ଲଘୁଚାପ, ପ୍ରଭାବରେ ପ୍ରବଳ ବର୍ଷୀବ

ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି, 16 ଅଗଷ୍ଟ ସକାଳ 5 ଟା 30 ସମୟ ର ପର୍ଯ୍ୟବେକ୍ଷଣ ଅନୁଯାୟୀ *ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି*. ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ରହିବା ସହ ଏହା ବାୟୁମଣ୍ଡଳରେ ଉଚ୍ଚତା ସହ ଦକ୍ଷିଣପଶ୍ଚିମ ଦିଗରେ ଢଳି ରହିଛି l
*ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବା ସହ* ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଆଗାମୀ 2 ରୁ 3 ଦିନ ଯାଏଁ ଗତି କରିବାରେ ସମ୍ଭାବନା ରହିଛି l
*ପ୍ରଭାବ ରେ ରାଜ୍ୟରେ ଆଗାମୀ 24 ଘଣ୍ଟା ମଧ୍ୟରେ ବିସ୍ତୃତି ବର୍ଷା ସହ* ଉତ୍ତର ଓଡ଼ିଶାର କେତକ ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ (7 ରୁ 20 ସେମି) ତଥା ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର (20 ସେମିରୁ ଅଧିକ) ସମ୍ଭାବନା ମଧ୍ୟ ରହିଛି l
ସେହିପରି ଆସନ୍ତା କାଲି ମଧ୍ୟ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି l