ନୂଆ ବିଧାୟକ ନେବେ ଟ୍ରେନିଂ: ନବୀନ, ନଡ୍ଡା ଓ ଧର୍ମେନ୍ଦ୍ର ଦେବେ ତାଲିମ୍

ଭୁବନେଶ୍ୱର: ନୂଆ ବିଧାୟକ ପଢିବେ ପାଠ। ପ୍ରଥମ ଥର ବିଧାନସଭା ଆସିଥିବା ବିଧାୟକ ଓ ବିଧାୟିକାଙ୍କୁ ତାଲିମ ଦିଆଯିବ। ସେମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପାଠ ପଢ଼ାଇବେ। ନୂଆ ବିଧାୟକଙ୍କୁ ନେଇ ଦୁଇ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ବିଧାନସଭା ପକ୍ଷରୁ କରାଯାଉଛି। ଯାହାକି ବହୁତ ଭଲ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।ଏହି ଟ୍ରେନିଂ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, କରିଣ ରିଜ୍ଜୁଜ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବରିଷ୍ଠ ସାଂସଦ ଭ୍ରତୁହରି ମହତାବ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ବ୍ୟକ୍ତିତ୍ୱ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ବିଧାୟକ ମାନଙ୍କୁ ଟ୍ରେନିଂ ଦେବେ। ଯେଉଁମାନେ ସଂସଦ କି ବିଧାନସଭା ନୂଆ କରି ଯାଆନ୍ତି ସେମାନଙ୍କର ଓରିଏଣ୍ଟସନ କାର୍ଯ୍ୟକ୍ରମ କରାଯାଏ। ସେହି କାର୍ଯ୍ୟକ୍ରମରେ ଅଭିଜ୍ଞ ବ୍ୟକ୍ତିତ୍ୱ ମାନେ ଯେଉଁମାନେ ରୂଲ ଆଣ୍ଡ ପ୍ରୋସିଜିଅର ସହିତ ଜଡ଼ିତ ସେମାନେ ଟ୍ରେନିଂ ଦିଅନ୍ତି । ଆମକୁ ଭଲ ବିଧାୟକ ଓ ସାଂସଦ ହେବାକୁ ହେଲେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାର ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।