thelifelinemedia
Latest Odisha News, Breaking News Today

ପ୍ରମୋଦ ଭଗତଙ୍କୁ ଶକ୍ତ ଧକ୍କା, ୧୮ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଧକ୍କା। ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍ପେଣ୍ଡ ହେଲେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ। ଅନ୍ତର୍ଜାତୀୟ ପାରା ଅଲିମ୍ପିଆନ୍ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ।ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଛି। ଫଳରେ ଚଳିତବର୍ଷ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଆଉ ଭାଗ ନେଇପାରିବେନି ପ୍ରମୋଦ ଭଗତ। ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ। ହେଲେ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ପ୍ରମୋଦ ନିଲମ୍ବନ ହେବା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି। ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରାଲିମ୍ପିଆନ୍ ପ୍ରମୋଦ ଭଗତ। ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ବରଗଡ଼ ଜିଲ୍ଲା, ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି। ଏହା କ୍ରୀଡ଼ାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି।

Leave A Reply

Your email address will not be published.