thelifelinemedia
Latest Odisha News, Breaking News Today

ହାଇକୋର୍ଟ ଗଲେ ପ୍ରକୃତି, ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି

ବନେଶ୍ୱର: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହାଇକୋର୍ଟ ଯାଇଛନ୍ତି ପ୍ରକୃତି । ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ହାଇକୋର୍ଟଙ୍କୁ ସେ ଜଣାଇଛନ୍ତି । ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା କରିଥିଲେ ପ୍ରକୃତି ।ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଏତଲା କରିଥିଲେ ।

ଅନ୍ୟପଟେ ଏହି ଘଟଣାନେଇ ପ୍ରକୃତି ମିଶ୍ରଙ୍କ ଓକିଲ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ପୋଲିସର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା । ଦୀର୍ଘଦିନ ବିତିଯାଇଥିଲେ ବି ପୋଲିସ କୌଣସି ନ୍ୟାୟ ଦେଇପାରିନି । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୋଲିସ ଉପଯୁକ୍ତ ଦଫା ଲଗାଇନି । ମାମଲାରେ ଗୃହ ସଚିବ, ଖାରବେଳନଗର IICଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ କୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ କହିଛନ୍ତି ।

ସୂଚନାଯୋଗ୍ୟଯେ, ନିକଟରେ ବାବୁସାନ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ ଯାହା ସବୁ ଘଟଣା ଘଟିଯାଇଛି ସେଥିପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହ ଏଭଳି ଭୁଲ୍ ଆଉ ହେବ ନାହିଁ ବୋଲି କହିଥିଲେ। ବାବୁସାନଙ୍କ କ୍ଷମା ପ୍ରାର୍ଥନା ପରେ ଆଜି ପ୍ରକୃତି ହାଇକୋର୍ଟ ଯିବା ପରେ ଏହି ଘଟଣାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.