thelifelinemedia
Latest Odisha News, Breaking News Today

ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ବୟଫ୍ରେଣ୍ଡ୍‌କୁ ୧୫ ଥର କଲ୍‌ କରିଥିଲେ ଶ୍ୱେତା !

ଭୁବନେଶ୍ୱର: ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ଥିବାବେଳେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।ପୋଲିସ ହାତରେ ଲାଗିଥିବା କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରେ ଏକ ବଡ଼ ତଥ୍ୟ ଏବେ ସାମ୍ନାକୁ ଆସିଛି। ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଶ୍ୱେତା ୧୫ ଥର କଲ୍ କରିଥିଲେ।

ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଶ୍ୱେତା ସୌମ୍ୟଙ୍କୁ ଫୋନ୍ କରିଥିଲେ। ମୋଟ୍‌ ୧୫ ଥର ଶ୍ୱେତା କଲ୍‌ କରିଥିଲେ। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଖୁବ୍‌ଶୀଘ୍ର ସୌମ୍ୟଜିତ୍‌ଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି।

ଅନ୍ୟପକ୍ଷେ, ସୌମ୍ୟଜିତ୍‌ଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତ୍‌ଙ୍କ ବିରୋଧରେ ପୋଲିସ୍‌ ୩୦୬ ଦଫାରେ ମାମଲା ରୁଜୁ କରିଛି। ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସୌମ୍ୟଜିତ୍‌ଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛି। ଏହାସହ ସୌମ୍ୟଜିତଙ୍କୁ ନୋଟିସ କରିଛି ପୋଲିସ।

Leave A Reply

Your email address will not be published.