୮୧ ବର୍ଷରେ ସୁର, ଜନ୍ମ ଦିନରେ ସୁରଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ୮୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବରିଷ୍ଠ ରାଜନେତା ସୁରେଶ ରାଉତରାୟ। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ସୁର ବାବୁଙ୍କ ଆଜି ସୁରଙ୍କ ଜନ୍ମ ଦିନ। ୮୧ବର୍ଷରେ ସେ ପାଦ ଥାପିଛନ୍ତି। ହେଲେ ଆଜି ତାଙ୍କ ଠାରେ ଯୁବ ସୁଲଭ ଗୁଣ। ହେଲେ ଥକିନି ପାଦ । ଥକିନି ପାଟି । ମାଡି଼ଚାଲ କହିଦେଲେ ମଡ଼ିଯାନ୍ତି ଯୁବପଢୀ । ମଉଜିଆ କଥା ସାଙ୍କୁ ରାଜା ହସ୍ । ଓଡିଶା ରାଜନୀତିରେ ଜଣେ ଶତ୍ରୁହୀନ ବ୍ୟକ୍ତି । ରାଜନେତାଠୁ ସାଧାରଣ ବ୍ୟକ୍ତି, ସରକାରଠୁ ବିରୋଧି ସମସ୍ତେ ସୁର ଭାଇଙ୍କୁ ଭଲ ପାଇଥାନ୍ତି ।ପୁରାପୁରି ଫିଟ ବରିଷ୍ଠ ରାଜନେତା ସୁରେଶ ରାଉତରାୟ। ମାଉସୀ ମା ମନ୍ଦିର ପରିସରରେ ଜନ୍ମଦିନ ପାଳନ କରିଛନ୍ତି ସୁରେଶ ରାଉତରାୟ। ଜନ୍ମଦିନରେ ସୁର ଫିଟନେସର ରାଜ କହିଛନ୍ତି।ତାଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇବା ପାଇଁ ଲାଗିଛି ଗହଳି। ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଆସୁଛନ୍ତି। ୨୦୨୯ରେ ଦୁଇ ପୁଅଙ୍କୁ ନିର୍ବାଚିତ ପ୍ରତିନିଧି ଭାବେ ଦେଖିବାକୁ ଚାହୁଥିବା ସୁର କହିଛନ୍ତି।