thelifelinemedia
Latest Odisha News, Breaking News Today

ଏଥର ଜିଲ୍ଲାଗସ୍ତରେ ବାହାରିବେ ନବୀନ, ତୃଣମୂଳ ସ୍ତରରେ ଦଳ ହେବ ମଜଭୁତ

ଭୁବନେଶ୍ୱର:ତୃଣମୂଳ ସ୍ତରରେ ବିଜେଡି ହେବ ମଜଭୁତ। ସାଙ୍ଗଠନିକ ଭାବେ ଦଳ ଆହୁରି ସକ୍ରିୟ ହୋଇ କାମ କରିବ। ଏଥି ପାଇଁ ମୈଦାନକୁ ଓଲ୍ହାଇବେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବେ ନବୀନ। ସିଧାସଳଖ ଲୋକଙ୍କ ସହିତ କଥା ହେବେ। ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ଲୋକଙ୍କ ନେତା, ତେଣୁ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝିବେ। ଜନସାଧାରଣଙ୍କ ସାଥିରେ ଯୋଡି ହେବା ପାଇଁ ସେ ଗସ୍ତରେ ଯିବେ। ସଂଗଠନ ଓ କର୍ମୀଙ୍କୁ ସକ୍ରିୟ କରିବାକୁ ଦେବେ ପରାମର୍ଶ। ନବୀନ ପଟ୍ଟନାୟକ ଏବେ ବି ଲୋକଙ୍କ ହୃଦୟରେ ଅଛନ୍ତି। ନବୀନ ସବୁବେଳେ ଓଡିଶାର ବିକାଶ ପାଇଁ କାମ କରୁଛନ୍ତି। ନବୀନଙ୍କ ଲକ୍ଷ୍ୟ ଓଡ଼ିଶାର ବିକାଶ। ସେଇ ଭିଜନକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ଯେଉଁ ଲୋକପ୍ରିୟତା ରହିଥିଲା ଏବେ ବି ସେହି ଲୋକପ୍ରିୟତା ରହିଛି। ଲୋକଙ୍କ ପାଖକୁ ଯାଇ ସେ ସିଧା ସଳଖ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିବେ।

Leave A Reply

Your email address will not be published.