ବନ୍ୟାଞ୍ଚଳରେ ଜଳବାହିତ ରୋଗ ବଢ଼ୁଛି: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବନ୍ୟାଞ୍ଚଳରେ ରୋଗ ବଢ଼ୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବନ୍ୟାଞ୍ଚଳରେ ଜଳବାହିତ ରୋଗ ବଢ଼ୁଛି । ମାଲେରିଆ, ଡେଙ୍ଗୁ ବଢ଼ୁବା ସହ ସାପ କାମୁଡ଼ା ବଢ଼ୁଛି। ବନ୍ୟା ପ୍ରପୀଡ଼ିତ ୧୪ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସା ହେଉଛନ୍ତି। ଏବେ ୩୨ ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ନାହିଁ।
ଜଳ ବିଶୋଧନ କିଭଳି ହେବ ସେଥିପାଇଁ କାମ ଚାଲିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ସୂଚନା ଦେଇ କହିଛନ୍ତି, ୫ ଲକ୍ଷ୩୭ ହଜାର ହାଲୋଜିନ ବଟିକା ବଣ୍ଟା ଯାଇଛି। ୧ ଲକ୍ଷ ୨୨ ହଜାର ଓ.ଆର.ଏସ ବଣ୍ଟା ଯାଇଛି। ମେଡିକାଲ ରିଲିଫ ସେଣ୍ଟର ୨୧୦ ରହିଛି, ମୋବାଇଲ ଟିମ ୧୨୫ଟି କାମ କରୁଛି।
ଲୋକଙ୍କୁ ସଚେତନ କରାଯାଉଛି ସଫାସୁତୁରା ରହିବା ପାଇଁ। ସେପଟେ ବାଲେଶ୍ୱରରେ ଏବେ ରୋଗୀ ସଂଖ୍ୟା ବଢ଼ିବ ବୋଲି ଆଶା ରହିଛି। ଏଣୁ ବାଲେଶ୍ୱର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ ଅଞ୍ଚଳକୁ ଯାଇଛନ୍ତି। ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।