thelifelinemedia
Latest Odisha News, Breaking News Today

ସିସୋଦିଆଙ୍କୁ ମିଳିଲା ଜାମିନ..୧୭ ମାସ ପରେ ଜେଲରୁ ମୁକୁଳିବେ

ଦିଲ୍ଲୀ:ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ବଡ ଆଶ୍ବସ୍ତି। ଦୀର୍ଘ ୧୭ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି। ସୁପ୍ରିମକୋର୍ଟ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।ସିବିଆଇ ଓ ଇଡି ଦୁଇଟି ଯାକ ମାମଲାରେ ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ୧୭ମାସ ଧରି ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶେଷରେ ଜାମିନ୍ ମିଳିଛି।

ଜାମିନ ସମୟରେରେ କିଛି ସର୍ତ୍ତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରତି ସୋମବାର ସେ ଥାନାରେ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି। ଖାଲି ସେତିକି ନୁହେଁ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ନ କରିବାକୁ କହିଛନ୍ତି କୋର୍ଟ। ଏହା ସହିତ ୧୦ ଲକ୍ଷ ଟଙ୍କାର ମୁଚଲିକା ଏବଂ ଦୁଇଟି ସମାନ ପରିମାଣର ଜାମିନଦାରରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ଆର ଗୱାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଶୁଣାଣି ପରେ ଅଗଷ୍ଟ ୬ ରେ ରାୟ ସଂରକ୍ଷିତ ରଖିଥିଲେ।

ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା ।ପରେ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଇଙ୍କୁ ଇଡି ଗିରଫ କରିଥିଲା ।ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଭୂମିକା ଥିବା ଅଭିଯୋଗରେ ଉଭୟ ସିବିଆଇ ଓ ଇଡି ତାଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଥିଲେ। ଏବେ ଦୀର୍ଘ ୧୭ ମାସ ପରେ ସିସୋଦିଆ ଜେଲରୁ ମୁକୁଳିଛନ୍ତି।

Leave A Reply

Your email address will not be published.