thelifelinemedia
Latest Odisha News, Breaking News Today

ରୌପ୍ୟ ଜିତିଲେ ସୁନା ପୁଅ ନୀରଜ

ବ୍ୟୁରୋ:ପୁଣି ଦେଶକୁ ଗର୍ବିତ କଲେ ସୁନା ପୁଅ ନୀରଜ ଚୋପ୍ରା। ପ୍ୟାରିସ ଅଲିମ୍ପିକ୍ସରେ ଜାଭଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି।ପ୍ୟାରିସ୍‌ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖିପାରିଲେ ନାହିଁ। କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଆଥ୍‌ଲେଟ୍‌ ଭାବେ ଦୁଇ ପଦକ (ଟୋକିଓ-ସ୍ବର୍ଣ୍ଣ, ପ୍ୟାରିସ୍‌-ରୌପ୍ୟ) ଜିତି ଗୌରବ ରଚିଛନ୍ତି।ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଟରେ ନୀରଜ ତାଙ୍କ ପ୍ରଥମ‌ ପ୍ରୟାସରେ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ପ୍ରୟାସରେ କିନ୍ତୁ ୮୯.୪୫ ମିଟରକୁ ଜାଭଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ। କାରଣ ଏହା ପୂର୍ବରୁ ତାଙ୍କ ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ଅର୍ଶଦ ନଦୀମ୍ ତାଙ୍କ ଦ୍ବିତୀୟ ‌‌ଥ୍ରୋରେ ୯୨.୯୭ ମିଟର୍ ଫିଙ୍ଗି ଶୀର୍ଷକୁ କୁଦା ମାରିସାରିଥିଲେ। ନୀରଜଙ୍କ ଭଳି ନଦୀମ୍ ମଧ୍ୟ ପ୍ରଥମ ପ୍ରୟାସରେ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅର୍ଶଦଙ୍କ ସ୍ବପ୍ନର ଥ୍ରୋ (୯୨.୯୭) ତାଙ୍କୁ ଏକାଥରକେ ଅଲିମ୍ପିକ୍ସ ରେକର୍ଡର ଅଧିକାରୀ କରାଇଥିଲା।

ପ୍ୟାରିସ ଅଲିମ୍ପିକ୍ସରେ ସିଧାସଳଖ ଫାଇନାଲକୁ ଯାଇଥିଲେ ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା । ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଯୋଗ୍ଯତା ପର୍ଯ୍ୟାୟରୁ ସିଧା ଫାଇନାଲକୁ ଯାଇଥିଲେ ନୀରଜ । ପ୍ରଥମ ଥ୍ରୋରେହିଁ ସେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଥ୍ରୋରେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଫାଇନାଲକୁ ଯାଇଥିଲେ ନୀରଜ । କିନ୍ତୁ ଫାଇନାଲରେ ସ୍ବର୍ଣ୍ଣ ପରିବର୍ତ୍ତେ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି।ପାକିସ୍ତାନର ଜାଭେଲିନ ଥ୍ରୋୟର ନଦିମ ସର୍ବଶ୍ରେଷ୍ଠ ରେକର୍ଡ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Leave A Reply

Your email address will not be published.