thelifelinemedia
Latest Odisha News, Breaking News Today

ହକିରେ ବ୍ରୋଞ୍ଜ ଜିତିଲା ଭାରତ

ବ୍ୟୁରୋ:ପ୍ୟାରିସ ଅଲିମ୍ପିକ୍ସରେ ଚମକିଲା ଭାରତୀୟ ପୁରୁଷ ହକି ଟିମ।

ମେଡାଲ ଆଣିଲା ଭାରତୀୟ ଦଳ। ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ହକି ଟିମକୁ ବଡ ସଫଳତା। ବ୍ରୋଞ୍ଜ ପଦକ ହାତେଇଛି ଭାରତ।ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଜିତିଲା ବ୍ରୋଞ୍ଜ । ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ। ସେହିପରି ଶ୍ରୀଜେଶଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲାଯାହା ସମସ୍ତଙ୍କ ମନ ଛୁଇଁ ଥିଲା।ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତିଛି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ବ୍ରୋଞ୍ଜ ପଦକ ଜିତିଛି

ବ୍ରୋଞ୍ଜ ବିଜେତା ଭାରତୀୟ ହକି ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଏକ୍ସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି।ଏହି ସଫଳତା ହକିକୁ ଆହୁରି ଲୋକପ୍ରିୟ କରାଇବ କହିଲେ ମୋଦି। ସେହିପରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଏହି ବିଜୟ କୋଟି କୋଟି ଭାରତୀୟଙ୍କ ପାଇଁ ଗୌରବର ବିଷୟ କହିଲେ ମୁଖ୍ୟମନ୍ତ୍ରୀ। ହକି ଟିମର ସଫଳତା ପରେ ପୁରା ଦେଶରେ ଏବେ ଖୁସିର ମାହୋଲ

Leave A Reply

Your email address will not be published.