ଆହୁରି ବର୍ଷିବ ୪୮ ଘଣ୍ଟା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପଶ୍ଚିମ ଝାଡ଼ଖଣ୍ଡ ଓ ତାର ପାଶ୍ୱବର୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ତେବେ ଆଜିଠାରୁ ବର୍ଷାର ପରିମାଣ କମିବ। ଆଗାମୀ ୫ ଦିନ ଯାଏଁ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଆସନ୍ତା ୨୪ ଘଂଟାରେ କାଭ କାଁଭାଁ ସ୍ଥାନ ଯେପରିକିସୁନ୍ଦରଗଡ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ,ବଲାଙ୍ଗୀର ,ନୂଆପଡା, ସମ୍ବଲପୁର ,ବରଗଡ଼ ଓ ଝାରସୁଗୁଡା ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ବରଗଡ଼,ସମ୍ବଲପୁର,ଝାରସୁଗୁଡା, ସୁନ୍ଦରଗଡ ଓ କେନ୍ଦୁଝର ଭଳି ୫ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୧୦ ତାରିଖ ଠାରୁ ଧୀରେ ଧୀରେ ବର୍ଷାର ପରିମାଣ କମିବା ସହ ପୁଣି ୧୩ ରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଗତ ୨୪ ଘଂଟାରେ ସାରା ରାଜ୍ୟରେ ହାକୁକାରୁ ମଧ୍ୟମ ବର୍ଷା ସହ ୫ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ରେ ୧୩୪.୦୦ ମିମି ବର୍ଷା ରେକର୍ଡ ହୋଇଛି ।
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୧୪.୮ ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୬ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୬୫୬.୮ ମିମି ବର୍ଷା ସ୍ୱାଭାବିକ ରହିବା କଥା। ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କରାଯାଇଛି।