thelifelinemedia
Latest Odisha News, Breaking News Today

ଖୁବ ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର:ଆଳୁ ସଙ୍କଟରେ ହନ୍ତସନ୍ତ ଲୋକେ। ଚଢ଼ା ଦର ସାଙ୍ଗକୁ ଆଳୁର ଅଭାବୀ ସ୍ଥିତି ଲୋକଙ୍କୁ ଚିନ୍ତାରେ ପକାଇଛି। ଏଭଳି ସ୍ଥିତିରେ ଯୋଗାଣମନ୍ତ୍ରୀ ବଡ ବୟାନ ଦେଇଛନ୍ତି। କହିଛନ୍ତି ଆଳୁ ସମସ୍ୟା ଦିନେ ଦୁଇ ଦିନରେ ସମାଧାନ ହେବ। ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ରୁ ଆଲୁ ଆସିବ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବ। ବର୍ତ୍ତମାନ ଉଭୟ ରାଜ୍ୟରୁ ଆଳୁ ଆସିବା ଆରମ୍ଭ ହୋଇଛି। ଖୋଲା ବଜାରରେ ଚଢ଼ା ଦରରେ ବିକ୍ରି ହେଉଥିବାରୁ ଅଧିକାରୀ ମାନେ ଚଢ଼ାଉ ଜାରି ରଖିଛନ୍ତି। ତେବେ ପଶ୍ଚିମବଙ୍ଗ କାହିଁକି ଆଳୁ ଆସି ପାରୁନି ପ୍ରଶ୍ନରେ ନବୀନଙ୍କୁ ତେରଛା ଆକ୍ରମଣ କରିଛନ୍ତି।କହିଛନ୍ତି କାହିଁକି ପଶ୍ଚିମବଙ୍ଗ ଆଳୁ ଛାଡୁନି ଜଣା ନାହିଁ। ଭାଇ ଭଉଣୀକୁ ମନା କରିଥିବେ କହି ନବୀନଙ୍କ ଆଡ଼କୁ ଈଶାରା କରିଛନ୍ତି ମନ୍ତ୍ରୀ। ରାଜ୍ୟରେ ଗତ କିଛି ମାସ ଧରି ଆଳୁ ସମସ୍ୟା ଲାଗିରହିଛି। କେଉଁଠି ୪୦ରେ ବିକ୍ରି ହେଉଛି ତ ଆଉ କେଉଁଠି ୬୦ କିମ୍ବା ୭୦ରେ ବିକ୍ରି ହେଉଛି। ଆଳୁ ଗୋଦାମରେ ଏବେ ଆଳୁ ନାହିଁ। ଖୁଚୁରା ବଜାରରେ ବି ସେହି ସମାନ ଅବସ୍ଥା। ଏଭଳି ସ୍ଥିତି ଆଉ କେତେଦିନ ଲାଗିରହିବ ତାକୁ ନେଇ ଚିନ୍ତାରେ ଖାଉଟି ଓ ବ୍ୟବସାୟୀ।

Leave A Reply

Your email address will not be published.