ସେପ୍ଟେମ୍ବର ୩ରେ ରାଜ୍ୟ ସଭା ନିର୍ବାଚନ, ଓଡ଼ିଶାରେ ଗୋଟିଏ ଆସନରେ ପଡିବ ଭୋଟ

ନୂଆଦିଲ୍ଲୀ:ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ । ଓଡିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପଡିବ ଭୋଟ୍। ଏ ନେଇ ବିଦ୍ଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ସେପଟେମ୍ବର ୩ ତାରିଖରେ ଓଡ଼ିଶାର ଗୋଟିଏ ଆସନ ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ । ଓଡ଼ିଶାରେ ଗୋଟିଏ ସିଟ୍ ପାଇଁ ନିର୍ବାଚନ ହେବ। ମମତା ମହନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲି ପଡ଼ିଛି । ଏହି ଆସନରେ ଊପନିର୍ବାଚନ ହେବ ।
ଅଗଷ୍ଟ ୨୧ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ଏହାପରେ ସେପ୍ଟେମ୍ବର ୩ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ପଡିବ।ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ୍ ପଡିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ କୁହାଯାଇଛି । ଏହାପରେ ଭୋଟ୍ ଗଣନା କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
ହରିୟାଣା, ଆସାମ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଓଡିଶାରେ ବିଜେପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ରହିଛି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ସର୍ବାନନ୍ଦ ସୋନେଓ୍ଵାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦୀପେନ୍ଦ୍ର ହୁଡ୍ଡା, ମିସା ଭାରତୀ, ବିପ୍ଳକ କୁମାର ଦେବ, କେସି ବେଣୁଗୋପାଳ ସହିତ ଅନ୍ୟ ସଦସ୍ୟ ଲୋକସଭା ପାଇଁ ଚୟନ ହେବା ଯୋଗୁଁ ରାଜ୍ୟସଭାରେ ସିଟ୍ ଖାଲି ହୋଇଛି ।