thelifelinemedia
Latest Odisha News, Breaking News Today

ଧୂଳିସାତ ହେଲା ସ୍ୱର୍ଣ୍ଣ ପଦକ, ମାତ୍ର ୧୦୦ଗ୍ରାମ ଓଜନ ଅଧିକ ହେବାରୁ ଅଯୋଗ୍ୟ ହେଲେ ଭିନେଶ

ବ୍ୟୁରୋ: ଭାରତୀୟ ଶିବିର ପାଇଁ ଖରାପ ଖବର। କୁସ୍ତିରେ ମହିଳା ୫୦ କିଲୋଗ୍ରାମ ବର୍ଗର ଅନ୍ତିମ ମ୍ୟାଚରୁ ଭିନେଶ ଫୋଗାଟ ବାହାରି ଯାଇଛନ୍ତି। ଓଜନ ଅଧିକ ହେବାରୁ ସେ ଖେଳରୁ ବାଦ ପଡିଛନ୍ତି।ତାଙ୍କର ୧୦୦ ଗ୍ରାମ୍ ଓଜନ ନିୟନ୍ତ୍ରଣ କରିବାରେ ଅସମର୍ଥତା ଯୋଗୁ ତାଙ୍କୁ କୌଣସି ପଦକ ଜିତିବାରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଆଶାରେ ରହିଗଲା ସ୍ବର୍ଣ୍ଣ ପଦକ। ମାତ୍ର ୧୦୦ଗ୍ରାମ ଓଜନ ଅଧିକ ହେବାରୁ ସ୍ବର୍ଣ୍ଣ ଆଶା ଆଶାରେ ରହିଗଲା।ଅଲିମ୍ପିକ୍ ଗେମ୍ସରେ ଏକ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ଭିନେଶ ଫୋଗଟଙ୍କ ଉପର ସଭିଙ୍କ ନଜର ରହିଥିଲା। ସେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିବା ବେଳେ ସେହି ଆଶା ଆଶା‌ରେ ହିଁ ରହିଯାଇଛି।୨୯ ବର୍ଷୀୟା ‌ଫୋଗଟଙ୍କ ଓଜନ ଫାଇନାଲରେ ୧୦୦ ଗ୍ରାମ ଅଧିକ ହୋଇଥିବାରୁ ଦ୍ୱିତୀୟ ଦିନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ହୋଇ ଯାଇଛନ୍ତି।

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବା ପୂର୍ବରୁ ମଧ୍ୟ ବିବାଦ ଘେରରେ ରହିଥିଲା ​। ଖେଳ ଆରମ୍ଭ ହେବା ପରେ ବିବାଦ ବନ୍ଦ ହେବାର ନା ଧରୁନି। ଏବେ ଭିନେଙ୍କ କ୍ଷେତ୍ରରେ ଏହାକୁ ଷଡଯନ୍ତ୍ର ବୋଲି କୁହାଯାଉଛି। ଜାଣିଶୁଣି ଏମିତି ଭାରତ ବିରୋଧରେ ଷଡଯନ୍ତ୍ର ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.