thelifelinemedia
Latest Odisha News, Breaking News Today

କୁସ୍ତିରେ ପଦକ ସୁନିଶ୍ଚିତ କଲେ ଭିନେଶ

ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ଚମକିଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ। କୁସ୍ତି ଆଖଡ଼ାରେ ପଦକ ସୁନିଶ୍ଚିତ କରିଛନ୍ତି ସେ। ୫୦ କେଜି ଫ୍ରିଷ୍ଟାଇଲରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୟୁବାର ଲୋପେଜଙ୍କୁ ୫-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଫୋଗଟ। ଫାଇନାଲରେ ପହଞ୍ଚିବାସହ ଭାରତ ପାଇଁ ପ୍ୟାରିସରେ ପଦକ ନିଶ୍ଚିତ କଲେ ଫୋଗଟ। ସେ ଫାଇନାଲ ଜିତିଲେ ସ୍ବର୍ଣ୍ଣ, ହାରିଲେ ରୌପ୍ୟ ପଦକ ମିଳିବ।ମହିଳା ୫୦ କିଲୋଗ୍ରାମ ଓଜନ ବର୍ଗର ସେମିଫାଇନାଲରେ ସେ କ୍ୟୁବାର ଲୋପେଜ ଗୁଜମାନଙ୍କୁ ୫-୦ ରେ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡ ପର୍ଯ୍ୟନ୍ତ ଭିନେଶ ୧-୦ରେ ଆଗୁଆ ରହିଥିଲେ। ତା’ପରେ ତିନି ମିନିଟରେ ସେ କ୍ୟୁବା ରେସଲରଙ୍କ ଉପରେ ଦୁଇଥର ଆକ୍ରମଣ କରି ଚାରି ପଏଣ୍ଟ ହାସଲ କରିଥିଲେ।

ଫାଇନାଲରେ ପହଞ୍ଚିବା ପରେ ସାରା ଦେଶରେ ଖୁସିର ଲହରୀ। ସମସ୍ତେ ଭିନେଶଙ୍କ ସଫଳତାରେ ଝୁମୁଛନ୍ତି। ସଫଳତା ପରେ ଭିନେଶ ତାଙ୍କ ମା ଏବଂ ପରିବାରଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ। ଭିନେଶ ହାତ ଯୋଡି ତାଙ୍କୁ ଅଭିବାଦନ ଜଣାଇଲେ ଏବଂ ତାଙ୍କ ମା ଏବଂ ପରିବାର ତାଙ୍କ ଝିଅକୁ ଆଶୀର୍ବାଦ କରିଥିଲେ। ଏହି ସମୟରେ ଭିନେଶ ଫୋଗାଟ ତାଙ୍କ ମାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଫାଇନାଲରେ ସ୍ବର୍ଣ୍ଣ ଜିତିବେ। ଏବେ ଫାଇନାଲ ଲଢେଇକୁ ସମସ୍ତଙ୍କର ଅପେକ୍ଷା ରହିଛି।

Leave A Reply

Your email address will not be published.