thelifelinemedia
Latest Odisha News, Breaking News Today

ଫେଲ ମାରିଲେ କିଶୋର ଜେନା, ଫାଇନାଲକୁ କରି ପାରିଲେନି ଏଣ୍ଟ୍ରି

ବ୍ୟୁରୋ: ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା।କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଖେଳିବାକୁ ଯାଇଥିବା ଓଡ଼ିଆ ପୁଅ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟରେ ଫେଲ ମାରିଛନ୍ତି । ଅନେକ ଆଶା ନେଇ ନିଜର ପ୍ରଥମ ଅଲିମ୍ପିକ୍ସରେ ପାଦ ରଖିଥିଲେ କିଶୋର। କିନ୍ତୁ ପ୍ରଥମ ପଦାର୍ପଣ ଅଲିମ୍ପିକ୍ସରେ ସେ ଫେଲ ମାରିଛନ୍ତି। ସବୁ ପ୍ରୟାସ ସତ୍ତ୍ୱେ ସତ୍ତ୍ବେ କିଶୋର 80.73 ମିଟର ହିଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିଛନ୍ତି । ଫଳରେ ସେ ଆଗକୁ ବଢ଼ି ପାରି ନାହାନ୍ତି। ଯୋଗ୍ୟତା ପର୍ଯ୍ୟାୟରେ 9ମ ସ୍ଥାନରେ ରହିଛନ୍ତି ।ସମସ୍ତଙ୍କ ଆଶା ରହିଥିଲା କିଶୋରଙ୍କ ଠାରୁ ପଦକ ନେଇ କିନ୍ତୁ ନିରାଶ ହୋଇଛନ୍ତି ସମସ୍ତେ।

ଅନ୍ୟପଟେ ଭାରତର ସୁନା ପୁଅ ନୀରଜ ଚୋପ୍ରା ପ୍ରଥ ଥ୍ରୋ’ରେ ହିଁ କମାଲ କରିଛନ୍ତି । ପ୍ରଥମ ଥ୍ରୋରେ ହିଁ ପଦକ ଆଶାକୁ ଦୃଢ଼ଭୂତ କରିଛନ୍ତି।ସେ 89.35 ମିଟର ଦୂରକୁ ଜାଭେଲିନ ଫିଙ୍ଗି ସିଧାସଳଖ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।ଅତି ସହଜରେ ଯୋଗ୍ୟତା ମାର୍କ ଅତିକ୍ରମ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଟୋକିଓ 2020ରେ ନୀରଜ ଚୋପ୍ରା
ସ୍ବର୍ଣ୍ଣ ଆଣିଥିଲେ। ଏଥର ପ୍ୟାରିସ୍‌ରୁ ମଧ୍ୟ ସ୍ବର୍ଣ୍ଣ ଆଣିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

Leave A Reply

Your email address will not be published.