ସରିଲା ଶେଖ ହସିନାଙ୍କ ରାଜୁତି, ଆଉ ଫେରିବେନି ରାଜନୀତିକୁ

ଢାକା: ଲମ୍ବା ସମୟର ରାଜିନୀତିରେ ପୂର୍ଣ୍ଣଛେଦ ପଡିଛି। ବାଂଲାଦେଶର ସବୁଠୁ ଲୋକପ୍ରିୟ ଏବଂ ପ୍ରଭାବଶାଳୀ ନେତ୍ରୀ ଶେଖ ହସିନାଙ୍କ ଅପ୍ରତ୍ୟାଶୀତ ଭାବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ବିଶ୍ୱ ରାଜନୀତିକୁ ଚକିତ କରିଛି। ୧୫ ବର୍ଷର ରାଜୁତି ସରିଛି। ଆଉ ସେ ରାଜନୀତିକୁ ଫେରିବେ ନାହିଁ। ଏ କଥା କହିଛନ୍ତି ଶେଖ ହସିନାଙ୍କ ପୁଅ ୱାଜିଦ। ସେ କହିଛନ୍ତି। ତାଙ୍କ ମା ’ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ବାଂଲାଦେଶ ସେନା ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ପୁଅ କହିଛନ୍ତି ମା ’ଇସ୍ତଫା ବିଷୟରେ ଚିନ୍ତା କରିସାରିଥିଲେ। ସେ କହିଛନ୍ତି ଯେ ତାଙ୍କ ମା’ଙ୍କର ରାଜନୈତିକ ପ୍ରତ୍ୟାବର୍ତ୍ତନ ଆଉ ସମ୍ଭବ ନୁହେଁ। ସାଜିବ ଏହା ମଧ୍ୟ କହିଛନ୍ତି, ମା’ଙ୍କୁ ବର୍ତ୍ତମାନ ୭୬ ବର୍ଷ ହୋଇଛି ତେଣୁ ସେ ଆଉ ରାଜନୀତିକୁ ଫେରିବା ସମ୍ଭବ ନୁହେଁ।
ଶେଖ ହସିନା ହେଉଛନ୍ତି ବାଂଲାଦେଶ ରାଷ୍ଟ୍ରପତି କୁହାଯାଉଥିବା ବଙ୍ଗବନ୍ଧୁ ଶେଖ ମୁଜିବୁରଙ୍କ ଝିଅ। ବାଂଲାଦେଶକୁ ପାକିସ୍ତାନରୁ ସ୍ବାଧୀନ କରିବା ପାଇଁ ତାଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ୧୯୭୫ ମସିହାରେ ଶେଖ ହସିନାଙ୍କ ବାପା ବଙ୍ଗବନ୍ଧୁ ଶେଖ ମୁଜିବୁର ରାଷ୍ଟ୍ରପତି ଥିବା ସମୟରେ ସେନାର ଦୁଇ ଜଣ ଅଧିକାରୀ କ୍ୟାପ୍ଟେନ ବଜବୁଲ ହୁଡା ଏବଂ ମେଜର ନୁର ଶେଖ ମୁଜିବୁର, ତାଙ୍କ ପତ୍ନୀଙ୍କ ସମେତ ୩ ପୁଅଙ୍କୁ ହତ୍ୟା କରିଥିଲେ। ସେହି ସମୟରେ ଶେଖ ହସିନା ଓ ତାଙ୍କ ଭଉଣୀ ଦେଶରେ ନଥିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା।