thelifelinemedia
Latest Odisha News, Breaking News Today

ପିସିସି ସଭାପତି ଦୌଡରେ ନାହିଁ: ତାରା ବାହିନୀପତି

ଭୁବନେଶ୍ୱର:ପିସିସି ସଭାପତି ଦୌଡରେ ମୁଁ ନାହିଁ। ଦଳର ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହା ହିଁ ଫାଇନାଲ ବୋଲି ଦିଲ୍ଲୀରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି ମୋର ବିଧାୟକ ଦଳ ନେତା ପାଇଁ ଅଧିକାର ଥିଲା। ମାତ୍ର ତାହା ହୋଇ ପାରିଲା ନାହିଁ। ଏବେ ମୁଁ ପିସି ସି ସଭାପତି ରେସରେ ନାହିଁ ବୋଲି କହିଛନ୍ତି ତାରା। ସେହିପରି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମ କହିଛନ୍ତି ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ ହେବ। ଖୁବ ଦିନ ମଧ୍ୟରେ ପିସିସି ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ସେ କହିଛନ୍ତି।

ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଛି ଭାରତୀୟ ଜାତୀୟ କଂଗ୍ରେସ(ଏଆଇସିସି)। କଂଗ୍ରେସ ପିସିସି ସମେତ କାର୍ଯ୍ୟକାରୀ କମିଟି, ଜିଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ଭଙ୍ଗ କରିଛି । ବର୍ତ୍ତମାନର ଜିଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.