thelifelinemedia
Latest Odisha News, Breaking News Today

ଦୁର୍ନୀତିଖୋର ଅଧିକାରୀଙ୍କ ପ୍ରତି ମାୟା ମମତା ନାହିଁ : ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତିଖୋର ଅଫିସରଙ୍କ ଉପରେ କୌଣସି ମାୟା ମମତା ଦେଖାଇବେ ନାହିଁ ରାଜ୍ୟ ସରକାର । ଆଗକୁ ବି ଦୁର୍ନୀତି ପ୍ରତି ଆହୁରି କଠୋର ହେବେ ସରକାର।କାହାକୁ ଛଡ଼ା ଯିବ ନାହିଁ । ସମସ୍ତଙ୍କୁ ବନ୍ଧା ହେବ। ଯିଏ ଦୁର୍ନୀତି କରିବ ତାକୁ ଖୋଜି ଖୋଜି ଧରା ହେବ।ଭିଜିଲାନ୍ସ ଚଢ଼ାଉ ବେଳେ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆୟ ବହିର୍ଭୁତ ସମ୍ପତ୍ତି ଧାରା ପଡ଼ିବା ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କହିଛନ୍ତି ନୂଆ ସରକାର ଇଏ ଟ୍ରେଲର ଆଗକୁ ଫିଲ୍ମ ବାକି ଅଛି। ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କ ବିରୁଦ୍ଧରେ ଶୂନ୍ୟସହନ ଶୀଳତା ନୀତି ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଦୁର୍ନୀତି ବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ହାତରେ ଧରା ପଡ଼ୁଥିବା ସରକାରୀ ଅଧିକାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟନୁଷ୍ଠାନ। ଏଥିରେ ଗତ ସରକାର ଭଳି କିଛି ଟାଳଟୁଳ ନୀତି ଅବଲମ୍ବନ କରାଯିବ ନାହିଁ । ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.