ପ୍ରଧାନମନ୍ତ୍ରୀ ପଦ ଛାଡିଲେ ଶେଖ ହସିନା…ଶରଣ ପଶିବାକୁ ଭାରତ ଆସୁଛନ୍ତି

ଢାକା:ପଦ ଛାଡିଲେ ଶେଖ ହସିନା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ ଉପୁଜିଥିବା ହିଂସା କାରଣରୁ ସ୍ଥିତି ବିଗିଡ଼ିଥିଲା। କୋଟାକୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇଥିଲେ ଛାତ୍ରଛାତ୍ରୀ। ଏହାକୁ ନେଇ ପୁରା ଦେଶ ଜଳୁଥିଲା। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନକୁ ଓଲ୍ହାଇଥିଲେ ବିଭିନ୍ନ ସଂଗଠନ। ଏବେ ସ୍ଥିତି ଅସମ୍ଭାଳ ହେବାରୁ ଶେଖ ହାସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ସେ ବର୍ତ୍ତମାନ ଭାରତକୁ ଆସୁଛନ୍ତି ଶରଣ ନେବା ପାଇଁ
ଦେଶରେ ସ୍ଥିତି ଭଲ ନାହିଁ। ତେଣୁ ଭାରତରେ ଆସି ଶରଣ ନେବେ ବୋଲି କୁହାଯାଉଛି। ଦେଶରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପ୍ରତିତି ହିଂସା ସ୍ଥଳରେ ସୁରକ୍ଷାକର୍ମୀଙ୍କ ନଜର ରହିଛି।
ଗତକାଲି ସଂରକ୍ଷଣ ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପୁଣି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଛାତ୍ର ସଂଗଠନ । ସରକାରଙ୍କ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଜୋରଦାର୍ ସଂଘର୍ଷରେ ୯୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ବିଶେଷକରି କ୍ଷମତାରେ ଥିବା ହସିନାଙ୍କ ଆୱାମି ଲିଗ୍ ପାର୍ଟି ସହ ସଂଘର୍ଷ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ସରକାରୀ ଚାକିରିରେ ୧୯୭୧ର ଯୁଦ୍ଧ ଭେଟେରାନଙ୍କ ସମ୍ପର୍କୀୟଙ୍କୁ ୩୦ ପ୍ରତିଶତ ସଂରକ୍ଷଣ ସୁବିଧା ଦେବାକୁ ହସିନା ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରୁଛନ୍ତି । କିଛିଦିନ ତଳେ ଏହାକୁ ନେଇ ସାରା ଦେଶରେ ଜୋରଦାର ଆନ୍ଦୋଳନ ହୋଇଥିଲା ।