thelifelinemedia
Latest Odisha News, Breaking News Today

ବ୍ୟାଟିଂରେ ଚରମ ବିଫଳତା, ଶ୍ରୀଲଙ୍କା ଠାରୁ ହାରିଲା ଭାରତ

ବ୍ୟୁରୋ: ବ୍ୟାଟିଂରେ ଚରମ ବିଫଳତା। ଶ୍ରୀଲଙ୍କା ଠାରୁ ହାରିଲା ଭାରତ। ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିଅମରେ ଖେଳାଯାଉଥିବା

୨ୟ ଦିନିକିଆରେ ଭାରତକୁ ୩୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଶ୍ରୀଲଙ୍କା ଦ୍ବାରା ବିଜୟ ପାଇଁ ୨୪୧ ରନର ଲକ୍ଷ୍ୟ ରଖାଯାଇଥିବାବେଳେ
ଟାର୍ଗେଟ ସେତେ ବଡ ନଥିଲା। କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟ ଭାରତକୁ ପରାଜୟର ରାସ୍ତା ଦେଖାଇଛି। ଭାରତ ୪୨.୨ ଓଭରରେ ୨୦୮ ରନ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଲଢୁଆ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଅକ୍ଷର ପଟେଲ ୪୪ ରନ, ଶୁଭମନ ଗିଲ ୩୫ ରନ କରିଥିଲେ । ଭାରତର ଦୁଇ ଓପନର ରୋହିତ ଓ ଶୁଭମନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୭ ରନ କରି ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ ବି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଚରମ ବିଫଳତା ଯୋଗୁଁ ଦଳ ୨୪୧ରେ ପହଞ୍ଚିପାରିନଥିଲା ।

ଆଜିର ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନ କରିପାରିଥିଲା । ଭାରତ ପାଇଁ ଟାର୍ଗେଟ ୨୪୧ ଥିଲା। କିନ୍ତୁ ଖରାପ ଖେଳ ଭାରତର ପରାଜୟର କାରଣ ହୋଇଛି। ଦନିକିଆ ପ୍ରଥମ ମ୍ୟାଚ ଟାଇ ରହିଥିଲା। ଆଜି ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ଥିଲା କିନ୍ତୁ ତାହା ହୋଇ ପାରିଲାନି।

Leave A Reply

Your email address will not be published.