thelifelinemedia
Latest Odisha News, Breaking News Today

ବାଂଲାଦେଶରେ ସାନି ହିଂସା, ୭୨ଜଣଙ୍କ ମୃତ୍ୟୁ

ଢାକା:ବାଂଲାଦେଶରେ ପୁଣି ସାନି ହିଂସା। କିଛି ଦିନ ହେଲା ସ୍ଥିତି ଶାନ୍ତ ପଡ଼ିଥିବା ବେଳେ ଏବେ ପୁଣି ହିଂସା ମୁଣ୍ଡ ଟେକିଛି। ଯେଉଁଥିରେ ୭୨ଜଣଙ୍କର ମୃତ୍ୟୁ ହୋଇଛି।ରାଜଧାନୀ ଢାକାରେ ଶାସକ ଆୱାମୀ ଲିଗର ସମର୍ଥକ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରେ ରବିବାର ହୋଇଥିବା ସଂଘର୍ଷରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

ଗତମାସରେ ସଂରକ୍ଷଣ ବିରୋଧୀ ବିକ୍ଷୋଭରେ ପୁରା ଦେଶରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ଦେଶରେ ନିଆଁ ଜଳୁଥିଲା। ସରକାରୀ ଚାକିରିରେ ପ୍ରସ୍ତାବିତ ସଂରକ୍ଷଣ ବ୍ୟବସ୍ଥା ପ୍ରତିବାଦରେ ବାଂଲାଦେଶରେ ଚାଲିଥିବା ବିକ୍ଷୋଭ କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା।ସେତେବେଳେ ପାଖାପାଖି ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏବେ ପୁଣି ଥରେ ହିଂସା ମୁଣ୍ଡ ଟେକିଛି। ଆଗକୁ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ।

Leave A Reply

Your email address will not be published.