thelifelinemedia
Latest Odisha News, Breaking News Today

ସେମିରେ ହାରିଲେ ଲକ୍ଷ୍ୟ ସେନ, ଏବେ ବ୍ରୋଞ୍ଚ ପାଇଁ ଖେଳିବେ

ବ୍ୟୁରୋ: ନିରାଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ।ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଏକକ ବ୍ୟାଡମିଣ୍ଟନ ସେମି ଫାଇନାଲ ମ୍ୟାଚରେ ପରାସ୍ତ ହୋଇ ସମସ୍ତଙ୍କୁ ନିରାଶ କରିଛନ୍ତି ଲକ୍ଷ୍ୟ ସେନ । ଡେନମାର୍କର ଷ୍ଟାର ଭିକ୍ଟର ଆକ୍ସେଲସେନଙ୍କଠୁ ୦-୨ରେ ହାରିଯାଇଛନ୍ତି ଲକ୍ଷ୍ୟ ସେନ ଡେନମାର୍କ ପ୍ରତିଦ୍ବିନ୍ଦୀ ତଥା ବିଶ୍ୱର ଦୁଇ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଭିକ୍ଟର ଆକ୍ସେଲସେନଙ୍କଠାରୁ ୨୦-୨୨, ୨୧-୧୪ରେ ହାରିଯାଇଛନ୍ତି ଲକ୍ଷ୍ୟ ସେନ । ଗେମ ଆରମ୍ଭରୁ ସେ ଆକ୍ସେଲସେନଙ୍କଠାରୁ ଆଗୁଆ ରହିଥିଲେ ବି ପରେ ତାହାକୁ କାଏମ ରଖିପାରିନଥିଲେ । ଏବେ ସେ କାଂସ୍ୟ ପଦକ ପାଇଁ ଲଢେଇ କରିବେ । ସୋମବାର ସନ୍ଧ୍ୟାରେ ମାଲେସିଆର ଲି ଜି ଜିଆଙ୍କ ସହ ସେ କାଂସ୍ୟ ପଦକ ପାଇଁ ମଇଦାନକୁ ଓହ୍ଲାଇବେ ।୨୨ ବର୍ଷୀୟ ଲକ୍ଷ୍ୟ ସେନ ଆଜି ମଧ୍ୟ ନିଜ ପ୍ରତିଭାର ଯାଦୁ ଦେଖାଇଥିଲେ। ଭିକ୍ଟର ଟପ୍‌ ସିଡ୍‌ ହୋଇଥିଲେ ହେଁ ପ୍ରଥମ ସେଟରେ ଲକ୍ଷ୍ୟ ତାଙ୍କୁ ପାଣି ପିଆଇ ଦେଇଥିଲେ। ପ୍ରଥମ ସେଟରେ ଲକ୍ଷ୍ୟଙ୍କୁ ୩ଟି ଗେମ ପଏଣ୍ଟ ମିଳିଥିଲେ ହେଁ ସେ ସୁଯୋଗ ହାତ ଛଡ଼ା କରିଥିଲେ। ତେବେ ସେମିରେ ହାରି ବିଦାୟ ନେଇଥିଲେ ବି ଲକ୍ଷ୍ୟ ସେନ ଚଳିତ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । କାରଣ ସେ ଲକ୍ଷ୍ୟ ସେନ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଥିଲେ। ଅଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

Leave A Reply

Your email address will not be published.