ପ୍ୟାରିସ ଅଲିମ୍ପିକ୍ସ: ଗ୍ରେଟ ବ୍ରିଟେନକୁ ହରାଇ ସେମିରେ ଭାରତ

ବ୍ୟୁରୋ:ମେଡ଼ାଲ ଠାରୁ ଆଉ ମାତ୍ର ଗୋଟିଏ ପାଦ ଭାରତୀୟ ପୁରୁଷ ହକି ଦଳ। ପ୍ୟାରିସ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲର ରୋମାଞ୍ଚଭରା ମ୍ୟାଚରେ ଭାରତ ବିଜୟ ସହିତ ସେମିକୁ ଉନ୍ନୀତ ହୋଇଛି।
ଗ୍ରେଟ ବ୍ରିଟେନକୁ ୪_୨ରେ ମାତ ଦେଇଛି ହରମନପ୍ରୀତ ସିଂହ ଆଣ୍ଡ କୋ। ରୋମାଞ୍ଚକର ମ୍ୟାଚରେ ଭାରତ ଶୁଟଆଉଟରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ଣ୍ଣ ସମୟ ପର୍ଯ୍ୟନ୍ତ ସ୍କୋର ୧-୧ରେ ବରାବାର ରହିଥିଲା । ୬୦ ମିନିଟର କଡ଼ା ସଂଘର୍ଷ ପରେ ସ୍ଥିତି ୧-୧ରେ ରହିବାରୁ ଶୁଟ ଆଉଟ ହୋଇଥିଲା। ଭାରତ ପାଇଁ ହରମାନପ୍ରୀତ ସିଂ (୨୨ ତମ ମିନିଟ) ଗୋଟିଏ ଗୋଲ ସ୍କୋର କରିଥିଲେ । ଏଥି ସହିତ ଲି ମୋର୍ଟନ୍ (୨୭ ତମ ମିନିଟ୍) ଗ୍ରେଟ୍ ବ୍ରିଟେନ ପାଇଁ ଗୋଲ୍ ସ୍କୋର କରିଥିଲେ । ଏହାପରେ ସମସ୍ତ କ୍ବାର୍ଚର ଗୋଲଶୂନ୍ୟ ରହିବାରୁ ମ୍ୟାଚ୍ ଶୁଟଆଉଟକୁ ଗଲା । ଶୁଟ ଆଉଟରେ ଭାରତ ୪-୨ରେ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ପାଦେ ଆଗେଇଛି। ଭାରତ ଦ୍ୱିତୀୟ କ୍ୱାର୍ଟରରୁ ୧୦ ଜଣ ଖେଳାଳିଙ୍କୁ ନେଇ ଲଢ଼େଇ କରିଥିଲା ।ଓଡ଼ିଆ ପୁଅ ଅମିତ ରୋହିଦାସ ରେଡ କାର୍ଡ ପାଇଁ ମ୍ୟାଚ୍ର ୧୭ତମ ମିନିଟରୁ ବାହାରେ ବସିଥିଲେ। ଆଜିର ମ୍ୟାଚ୍ରେ ଗୋଲକିପର ପିଆର ଶ୍ରୀଜେଶ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତ ଉପରେ ବ୍ରିଟେନ ଘନଘନ ଆକ୍ରମଣ କରିଥିଲେ ହେଁ ଶ୍ରଜେଶ ଚମତ୍କାର ଢଙ୍ଗରେ ଅଟକାଇ ଦେଇଥିଲେ।
ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ସେମିଫାଇନାଲରେ ପହଞ୍ଚିଥିଲା । ସେତେବେଳେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ୪୧ ବର୍ଷ ପରେ ଭାରତକୁ ପଦକ ମିଳିଥିଲା। ଏଥର ମଧ୍ୟ ଭାରତ ପଦକ ଜିତିବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।