ଘନେଇଲା ତୃତୀୟ ବିଶ୍ୱ ଯୁଦ୍ଧ, ଇସ୍ରାଏଲ ଉପରେ ରକେଟ ମାଡ କଲା ଇରାନ

ବ୍ୟୁରୋ :ବିଶ୍ୱ ଆକାଶରେ ତୃତୀୟ ବିଶ୍ୱଯୁଦ୍ଧର କଲା ବାଦଲ। ମଧ୍ୟ ପ୍ରାଚ୍ୟ ଅଶାନ୍ତ। ହମାସର ସର୍ବୋଚ୍ଚ ନେତା ଇସମାଇଲ ହାନିଆଙ୍କ ମୃତ୍ୟୁ ପରେ ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରରେ ଠିଆ ହୋଇଛି । ହାନିଆଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ ଏବଂ ଏହାର ସହଯୋଗୀମାନେ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିଛନ୍ତି। ଅନ୍ୟପକ୍ଷରେ, ଇସ୍ରାଏଲର ସବୁଠାରୁ ବଡ ସହଯୋଗୀ ଆମେରିକା ଏହାର ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ମଧ୍ୟ ମଧ୍ୟପ୍ରାଚ୍ୟରେ ନିୟୋଜିତ କରିଛି। ଗୋଟିଏ ପଟେ ଇରାନ ଓ ତାର ସହଯୋଗୀ ରାଷ୍ଟ୍ର ଅନ୍ୟପଟେ ଇସ୍ରାଏଲ ଓ ଆମେରିକା। ଦୁଇଭାଗ ହେଇ ଯାଇଛି ବିଶ୍ୱ। ରୁଷ ଯୁକ୍ରେନ ଯୁଦ୍ଧ ସରିନି, ଆଉ ଏଭଳି ସ୍ଥିତିରେ ଇସ୍ରାଏଲ-ଇରାନ ତିକ୍ତତା ବିଶ୍ୱକୁ ତୃତୀୟ ବିଶ୍ଵଯୁଦ୍ଧ ଆଡ଼କୁ ଠେଲି ଦେଇଛି।
କିଛି ଦିନ ତଳେ ଇସ୍ରାଏଲ ହମାସ ଏବଂ ହିଜବୁଲ ବିରୁଦ୍ଧରେ ଦୁଇଟି ବଡ଼ ଧରଣର ଆକ୍ରମଣ କରି ଇସମାଇଲ ହନିଆ ଏବଂ ହିଜବୁଲ କମାଣ୍ଡରଙ୍କୁ ହତ୍ୟା କରିଥିଲା। ସେବେଠାରୁ ଇରାନ ଏବଂ ଏହାର ସହଯୋଗୀ ହମାସ୍, ହିଜବୁଲ ଏବଂ ହୁତି ବିଦ୍ରୋହୀମାନେ ଇସ୍ରାଏଲ ବିରୋଧରେ ପ୍ରତିଶୋଧ ନେବାକୁ କହିଥିଲେ। ଇସ୍ରାଏଲ ଉପରେ ଇରାନ ରକେଟ ମାଡ ଉପରେ ଚୁପଚାପ ବସିବନି ଆମେରିକା। ପୂର୍ବରୁ ଆମେରିକା ଇରାନକୁ ଚେତାବନୀ ଦେଇଥିଲା। ସହଯୋଗୀ ରାଷ୍ଟ୍ର ଉପରେ ଆକ୍ରମଣ କଲେ ପରିସ୍ଥିତି ଭୟାଭୟ ହେବା ନେଇ ଚେତାବନୀ ଦେଇଥିଲା ଆମେରିକା। ଇରାନ ଇସ୍ରାଏଲ ତିକ୍ତତା ଭିତରେ ଏବେ ଆମେରିକା କିଭଳି ହସ୍ତକ୍ଷେପ କରୁଛି ତାହା ଦେଖିବାର କଥା।