ରସିକିଆ ରାଜାର ୫ ପତ୍ନୀ . ଲାଇନରେ ଥିଲେ ୪୯ମହିଳା

ଭୁବନେଶ୍ୱର: ଗୁଇନ୍ଦା ବିଭାଗରେ ବରିଷ୍ଠ ଅଧିକାରୀ କହି ମହିଳା ଓ ଯୁବତୀଙ୍କୁ ଫସାଇ ବିବାହ କରୁଥିଲା। ପରେ ସେମାନଙ୍କ ଠାରୁ ଟଙ୍କା ଓ ସୁନା ଲୁଟି ନେଇ ଫେରାର ହୋଇଯାଉଥିଲା। ଏବେ ସେହି ଠକ ପୋଲିସ ହାତରେ ଧରାପଡ଼ିଛି।ଅଭିଯୁକ୍ତର ନାଁ ସତ୍ୟଜିତ ସାମଲ। ଘର ଯାଜପୁର ଜିଲ୍ଲାର ଭିଙ୍ଗାରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏଥିସହ ଉକ୍ତ ଠକ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର ଓ ବୁଲେଟ୍ ଜବତ କରାଯାଇଛି। ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ ସହ ବିବାହ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଜବତ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ସତ୍ୟଜିତର ୫ ଜଣ ସ୍ତ୍ରୀ ରହିଛନ୍ତି। ଆଉ ୪୯ଜଣଙ୍କୁ ଟାର୍ଗେଟ କରିଥିଲା। ବିଧବା ମହିଳାଙ୍କୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ ସତ୍ୟଜିତ। ଖାଲି ବିଧବା ନୁହନ୍ତି ଡିଭୋର୍ସିଙ୍କୁ ଟାର୍ଗେଟ୍ କରି ଟଙ୍କା ଠକେଇ କରୁଥିଲା ସେ।ମହିଳାଙ୍କୁ ଫସାଇ ବାହା ହେବା ପରେ ଲୋନ୍ ନେଇ ମଉଜ କରୁଥିଲା। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଗିରଫ ପାଇଁ ପ୍ରେମିକା ସାଜିଥିଲେ ଜଣେ ମହିଳା ପୁଲିସ। ପରେ ସତ୍ୟଜିତ ମହିଳା ପୁଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରି ଫସିଥିଲେ। କାରରେ ଲଙ୍ଗ ଡ୍ରାଇଭରେ ଯାଉଥିବାବେଳେ ମାଡି ବାସିଲା ପୁଲିସ । ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଝିଅଙ୍କୁ ବିବାହ କରିଥିଲା ରସିକଆ ଠକ। ଏବେ ପୋଲିସ ତାକୁ ରିମାଣ୍ଡରେ ନେଇ ଚ୍ଛାନଭିନ କରିବ। ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ ପୋଲିସ।