thelifelinemedia
Latest Odisha News, Breaking News Today

ସୁଟିଂରେ ଭାରତକୁ ମିଳିଲା ପଦକ.. ଦେଶ ପାଇଁ ପ୍ରଥମ ପଦକ ଆଣିଲେ ମନୁ ଭାକର

ପ୍ୟାରିସ: ପ୍ୟାରିସ ଅଲମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଲେ ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ଏହି ସଫଳତା ଆଣିଛନ୍ତି। ଚମତ୍କାର ଖେଳ ଦେଖାଇ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି। ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସେ ମୋଟ ୬୦୦ରୁ ୫୮୦ ପଏଣ୍ଟ ହାସଲ କରି ୪୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୨୨ ବର୍ଷୀୟା ମନୁଙ୍କ ଏହି ସଫଳତା ପରେ ଚାରିଆଡେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡ଼ିଆ ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାତେଇ ନେଇଛି ଦକ୍ଷିଣ କୋରିଆ। ଓହ ୟେ ଜିନ୍ ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଥିବାବେଳେ ରୌପ୍ୟ ପଦକ ଜିତିଛନ୍ତି କିମ୍ ୟେଜି।

Leave A Reply

Your email address will not be published.