ଭିଜିଲାନ୍ସ ଜାଲରେ ଯୁଗ୍ମ କମିଶନର

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଭିଜିଲାନ୍ସ ସ୍କାନରକୁ ଆସିବା ପରେ ତାଙ୍କ ଘର ସମେତ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହିଛି।ବରଗଡ଼ରେ ରହୁଥିବା ବଦ୍ରିପ୍ରସାଦ ଆପର୍ଟମେଣ୍ଟରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ତେବେ ଏହି ଆପର୍ଟମେଣ୍ଟରେ ଥିବା ଘର କାହାର ସେ ନେଇ ଅଧିକ ପଚରାଉଚରା କରୁଛି ଟିମ୍। ପୂର୍ବରୁ ରାମଚନ୍ଦ୍ର ମିଶ୍ର ବରଗଡ଼ରେ ଅବକାରୀ ଅଧୀକ୍ଷକ ଦାୟିତ୍ଵରେ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼, ଭୁବନେଶ୍ୱର, ସୋନପୁର ଓ ବଲାଙ୍ଗିର ଘର ସମେତ୧୦ ଟି ସ୍ଥାନରେ ଚଢ଼ଉ ଚାଲିଛି।ଏହି ଚଢ଼ଉରେ ୧୦ ଜଣ ଡିଏସପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ତାଙ୍କର ଚାକିରୀ ଆଉ ବର୍ଷେ ଥିଲା। ତାଙ୍କ ନାଁରେ ହେରଫେର ନେଇ ଅଭିଯୋଗ ଆସିବା ପରେ ଭଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଛି। ଖାଲି ରାମଚନ୍ଦ୍ରଙ୍କ ଘରେ ନୁହେଁ। ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି।