ଖୋଲିଲା ହୀରାକୁଦ ଗେଟ, 14 ଗେଟ ଦେଇ ମାଡି ଆସୁଛି ଜଳ

ସମ୍ବଲପୁର: ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି।ପ୍ରଥମ ପର୍ଯ୍ୟାୟରେ ହୀରାକୁଦରୁ ୭ଗେଟ ଖୋଲା ଯାଇଛି। ପର୍ଯ୍ୟାୟ କ୍ରମେ ୨୦ଗେଟ ଆଜି ଖୋଲିବ। ବର୍ଷା ଯୋଗୁଁ ହୀରାକୁଦ ୬୧୭.. ୩ଫୁଟ ଜଳସ୍ତର ଅଛି। ଧୀରେ ଧୀରେ ହୀରାକୁଦ ଜଳ ସ୍ତର ବଢୁଛି। ହୀରାକୁଦକୁ ୨ଲକ୍ଷ ୯୦ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୧ଲକ୍ଷ ୫୦ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି।ତଳ ମୁଣ୍ଡରେ ବର୍ଷା ହୋଇନାହିଁ।କାଲି ସକାଳୁ ଖଇରମାଳରେ ସାଢେ ୪ଲକ୍ଷ ଓ ୩୦ତାରିଖ ୧୧ଟା ସୁଦ୍ଧା ମୁଣ୍ଡଳୀରେ ପିକ ଫ୍ଲୋ ପ୍ରାୟ 5 ଲକ୍ଷ କ୍ୟୁସେକ ଜଳ ପ୍ରବହିତ ହେବ ବୋଲି ଜଣାପଡିଛି।ତେବେ ଗେଟ ଖୋଲିବା ପରେ
ନଦୀ କୂଳ ଲୋକଙ୍କୁ ସତର୍କ କରାଯାଇଛି।ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।ହୀରାକୁଦକୁ ଇନ ଫ୍ଲୋ କମୁଛି। ତେଣୁ ଆଗକୁ ବର୍ଷା ହେଲେ ବି ଏବେ ବନ୍ୟାର ଆଶଙ୍କା ନାହିଁ।
ଅନ୍ୟପଟେ ସବୁ ଜଳ ଭଣ୍ଡାରର ଜଳ ସ୍ତର ବଢୁଛି। ବୈତରଣୀରେ ଆଖୁଆପଦାରେ ୧୭.୧କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବୈତରଣୀ ଉପରେ ନଜର ରଖାଯାଇଛି ବୋଲି ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ କହିଛନ୍ତି। ସେହିପରି ବ୍ରାହ୍ମଣୀ ଅବବାହିକା ବରୀ ମାଟିଆ ପଡାରେ ବନ୍ଧ ଦୁର୍ବଳ ଅଛି। ଏହା ଉପରେ ମଧ୍ୟ ବିଭାଗୀୟ ଅଧିକାରୀ ନଜର ରଖିଛନ୍ତି।