ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ

ପ୍ୟାରିସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ। ପୁଲ ବି ରେ ଖେଳାଯାଇଥିବା ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୩-୨ ଗୋଲରେ ବିଜୟ ହାସଲ କରିଛି । ଆରମ୍ଭରୁ ୧-୦ ଗୋଲରେ ପଛରେ ଥିଲା ଭାରତ। କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୋଲ କରି ୨-୧ ରେ ଲିଡ୍ କରିଥିଲା। ଖେଳ ଅଧାରେ ରୋମାଞ୍ଚ ବଢ଼େଇ ଥିଲା ନ୍ୟୁଜିଲାଣ୍ଡର କମବ୍ୟାକ। ନ୍ୟୁଜିଲାଣ୍ଡ ଟିମ ଗୋଲ କରିବା ସହିତ ସ୍କୋର ୨-୨ ରେ ବରାବର ରହିଥିଲା । କିନ୍ତୁ ମ୍ୟାଚର ଶେଷ କ୍ଵାର୍ଟର ଖେଳକୁ ନିର୍ଣ୍ଣାୟକ ମୋଡ଼ ଦେଇଥିଲା। ଭାରତକୁ ମିଳିଥିବା ଏକ ପେନାଲ୍ଟି ଷ୍ଟ୍ରୋକକୁ ଅଧିନାୟକ ହରମନପ୍ରୀତ ସିଂ ଗୋଲରେ ପରିଣତ କରାଇବା ସହ ଭାରତକୁ ୩-୨ ଗୋଲରେ ବିଜୟୀ କରାଇଛନ୍ତି । ପରବର୍ତ୍ତୀ ମ୍ୟାଚରେ ଜୁଲାଇ ୨୯ ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ ଭାରତ । ପୁଲ ବି ମ୍ୟାଚରେ ବିଜୟ ସହିତ ନିଜ ସ୍ଥିତିକୁ ସୁଦୃଢ କରିଛି ଭାରତ। ମାନସିକ ଓ ଶାରୀରିକ ଭାବେ ଏଥରର ଖେଳାଳିମାନେ ପ୍ରସ୍ତୁତ ଅଛନ୍ତି। ତେବେ ଆରଜେଣ୍ଟିନା ବିପକ୍ଷ ମ୍ୟାଚ ବେଶ କଡା ଟକ୍କର ହେବ। ନ୍ୟୁଜଲାଣ୍ଡ ବିପକ୍ଷ ମ୍ୟାଚ ଜିତି ଭାରତୀୟ ଟିମର ମନୋବଳ ବଢିଛି। ତେଣୁ ଆରଜେଣ୍ଟିନା ବିପକ୍ଷ ମ୍ୟାଚ ଭାରତ ପାଇଁ ସହଜ ହେବ ବୋଲି କ୍ରୀଡା ବିଶେଷଜ୍ଞ କହୁଛନ୍ତି।