thelifelinemedia
Latest Odisha News, Breaking News Today

ପିସିସି ସଭାପତି ନେଇ ଦିଲ୍ଲୀରୁ ଆସିଲା ବଡ଼ ଖବର

ଭୁବନେଶ୍ୱର:କଂଗ୍ରେସର ନୂଆ ସଭାପତି କିଏ ହେବେ ତାକୁ ନେଇ ରାଜନୀତି କରିଡ଼ରରେ ଅନେକ ଚର୍ଚ୍ଚା ଆଲୋଚନା। ଏ ସବୁ ଭିତରେ କଂଗ୍ରେସ ଶିବିରରୁ ଆସିଛି ବଡ ପ୍ରତିକ୍ରିୟା। ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦିଲ୍ଲୀରୁ ଫେରିଏଭଳି ପ୍ରତିକ୍ରିୟା ଦେଇଛନ୍ତି ଯାହାକୁ ନେଇ କଂଗ୍ରେସ ଶିବିର ଚଳ ଚଞ୍ଚଳ ହୋଇପଡିଛି। ବିଜୟ କହିଛନ୍ତି କହିଛନ୍ତି, ଓଡ଼ିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ୍ଣ ପ୍ରୟାସ କରିପାରୁଥିବ, ସେଭଳି ଲୋକଙ୍କୁ ଏଆଇସିସି ଓଡ଼ିଶା ପିସିସି ସଭାପତି ଭାବେ ନିଯୁକ୍ତ କରିବ। ମୋର ବ୍ୟକ୍ତିଗତ ଆଉ ଦଳଗତ ଇଚ୍ଛା ଭିନ୍ନ। ତେଣୁ ଦଳ ଯାହା ନିଷ୍ପତ୍ତି ନେବ, ତାହା ସମସ୍ତେ ଗ୍ରହଣ କରିବେ।

ରାଜ୍ୟ କଂଗ୍ରେସ ଏବେ ମୁରବୀବିହୀନ। ପିସିସି ଭଙ୍ଗ ହେବା ପରେ ଏବେ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କଂଗ୍ରେସ କ୍ୟାପଟେନ କିଏ ହେବେ ତାକୁ ନେଇ ଚାଲିଛି ମାନସ ମନ୍ଥନ। ତେବେ ହାଇକମାଣ୍ଡ ଏଥର ଯୁବ ଚେହେରାଙ୍କୁ ସୁଯୋଗ ଦେଉଛି ନା ଅଭିଜ୍ଞତାଙ୍କୁ ଗୁରୁତ୍ୱ ଦେବ, ତା ଉପରେ ରହିଛି ନଜର । ସଭାପତି ରେସରେ ଅନେକ ନାଁ ସାମ୍ନାକୁ ଆସୁଛି । କଂଗ୍ରେସ ବିଧାୟକ ତାରା ବାହିନୀପତି, କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ଆଉ କିଛି ଚର୍ଚ୍ଚା ଅନୁସାରେ ମୋକିମଙ୍କ ଝିଅ ବର୍ତ୍ତମାନର କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ ମଧ୍ୟ ପିସିସି ସଭାପତି ପଦ ପାଇଁ ଦାବିଦାର ଅଛନ୍ତି। ତେବେ କଂଗ୍ରେସର ଶୀର୍ଷ ନେତୃତ୍ୱ କାହା ଉପରେ ଭରଷା କରୁଛନ୍ତି ତାରି ଉପରେ ନଜର ରହିବ।

Leave A Reply

Your email address will not be published.