କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ

ୱାସିଂଟନ: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ରାଷ୍ଟ୍ରପତି ରେସରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି ହାରିସ। ପ୍ରାର୍ଥୀପତ୍ର ପାଇଁ ଫର୍ମରେ ଦସ୍ତଖତ କରିଛନ୍ତି ଏବଂ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ହାରିସ। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜେ ହାରିସ ଏହି ସୂଚନା ଦେଇଛନ୍ତି।
ପୂର୍ବରୁ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ କମଳା ହାରିସଙ୍କୁ ସମର୍ଥନ କରିଥିଲେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ ଓବାମା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ହାରିସଙ୍କୁ ସମର୍ଥନ ଜଣାଇଥିଲେ ଓବାମା ଦମ୍ପତି। ଫଳରେ ହାରିସଙ୍କର ବଳ ବଢିଥିଲା। ଏବେ ହାରିସ ଏବଂ ଟ୍ରମ୍ପଙ୍କ ମଧ୍ୟରେ ସିଧା ସଳଖ ଫାଇଟ ହେବ। ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି