thelifelinemedia
Latest Odisha News, Breaking News Today

ମୋହନ ସରକାରର ବିକଶିତ ଓଡିଶା ବଜେଟ

ଭୁବନେଶ୍ୱର: ବିକଶିତ ଓଡିଶା ପାଇଁ ବଜେଟ ଆଣିଲା ମୋହନ ସରକାର।୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ଏହି ବଜେଟ୍‌ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍‌ ଉପସ୍ଥାପନ କରିଛନ୍ତି। ୨୦୨୩-୨୪ ତୁଳନାରେ ୧୫ ପ୍ରତିଶତ ଅଧିକ ବଜେଟ୍‌ ରହିଛି।

ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରିବା ଅସମ୍ଭବ। କୃଷି ଓ କୃଷିକ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୩ ହଜାର ୯୧୯ କୋଟି ଟଙ୍କାର ପ୍ରସ୍ତାବ ଆଗତ କରିଛନ୍ତି। ୨୦୨୩-୨୪ ବଜେଟ ତୁଳନାରେ ଏହି ପରିମାଣ ୧୫% ଅଧିକ। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବଜେଟର ପରିମାଣ ୨୪ ହଜାର ୮୨୯ କୋଟି ଥିଲା। କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବଜେଟ ଆହତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଣିକି ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟ କରାଯିବ ଯାହା ଧାର୍ଯ୍ୟ ନ୍ୟୁନତମ ସହାୟକ ମୂଲ୍ୟ ଠାରୁ ୮୦୦ ଟଙ୍କା ଅଧିକ।ଚଳିତ ବଜେଟ୍‌ରେ ରାଜ୍ୟ ସରକାର କିଛି ପୂରୁଣା ଯୋଜନାର ନାମ ପରିବର୍ତ୍ତନ କରିଥିବା ବେଳେ କିଛି ନୂଆ ଯୋଜନା ଲାଗୁ କରିଛନ୍ତି।ସମାଜର ୪ ବର୍ଗ ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ ଏହି ବଜେଟରେ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ଫେବୃଆରୀରେ ବିଜେଡି ସରକାର କାମଚଳା ବଜେଟ୍‌ ଆଣିଥିଲେ। ତତ୍କାଳୀନ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ୍‌ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ମୋହନ ସରକାର ଆଉ ୧୦ ହଜାର କୋଟି ଅଧିକ ବ୍ୟବରାଦ କରିଛି ଚଳିତ ବଜେଟରେ।

Leave A Reply

Your email address will not be published.