thelifelinemedia
Latest Odisha News, Breaking News Today

ସ୍ୱାମୀଙ୍କ ଅନୈତିକ ସମ୍ପର୍କରୁ ଜୀବନ ହାରିଲେ ସାମ୍ବାଦିକା, ଗିରଫ ହେଲେ ସ୍ୱାମୀ

ଭୁବନେଶ୍ୱର: ଜୀବନ ହାରିଲେ ସାମ୍ବାଦିକା ମଧୁମିତା ପରିଡା।ସ୍ବାମୀଙ୍କର ପରକୀୟା ପ୍ରୀତି କଥା ସହି ନପାରି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ମଧୁମିତା। ଆତ୍ମହତ୍ୟା ପୂର୍ବରୁ ଲାଇଭ ଭିଡିଓ କରିସବୁ କଥା ବଖାଣିଛନ୍ତି। ସ୍ବାମୀ ତାଙ୍କୁ ଧୋକା ଦେବା ସହ ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ତରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧଚମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ। କ୍ୟାପିଟାଲ ଥାନା ଓ ଜିଆରପି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.