ରେଳ ବଜେଟରେ ଓଡିଶାକୁ ପୁଳାପୁଳା ଟଙ୍କା

ଭୁବନେଶ୍ୱର:ରେଳ ବଜେଟରେ ଓଡିଶାକୁ ମିଳିଛି ପୁଳା ପୁଳା ଟଙ୍କା।ଏଥିରେ ଓଡିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ । ଯାହା ଗତ ବାର୍ଷିକ ଅନୁଦାନଠାରୁ ପ୍ରାୟ ୫୦୦ରୁ କୋଟି ଅଧିକ।ପ୍ରେସମିଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେବା ସହ ଏହା ଏକ ରେକର୍ଡସଂଖ୍ୟକ ଅନୁଦାନ ବୋଲି କହିଛନ୍ତି । ଓଡିଶାର ରେଳ ଭିତ୍ତିଭୂମି ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ଫୋକସ ରହିଛି କହିଛନ୍ତି ରେଳମନ୍ତ୍ରୀ।
ରାଜ୍ୟରେ ଏବେ ୪୦ଟି ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସେହି ୪୦ଟି ପ୍ରକଳ୍ପରେ ୫୪ ହଜାର ୪୩୪ କୋଟି ଟଙ୍କା ବିନିଯୋଗ ହେବ। ଗତ ୧୦ ବର୍ଷରେ ରାଜ୍ୟରେ ୪୨୭ଟି ଫ୍ଲାଏ ଓଭର ଓ ଅଣ୍ଡର ପାସ ନିର୍ମାଣ ହୋଇଥିବା ବେଳେ ଶତ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ସରିଛି। ଅନ୍ୟପକ୍ଷରେ ଓଡିଶାର ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ କରାଯାଉଥିବା ଶ୍ରୀ ବୈଷ୍ଣବ କହିଛନ୍ତି।