ହାତ ମାରି ହେଉନି.. ଦର ଆକାଶ ଛୁଆଁ

ବ୍ୟୁରୋ: ପରିବା ଦର ଆକାଶ ଛୁଆଁ। ହାତ ମାରି ହେଉନି। ୫୦୦ଟଙ୍କାରେ ବ୍ୟାଗ ଭର୍ତ୍ତୀ ହେଉନି। ଯାହା ପୂର୍ବରୁ କେଜିଏ ନେଉଥିଲେ ଏବେ ଅଢେଇଶରେ କାମ ଚଳାଉଛନ୍ତି ଲୋକେ। ରାଜ୍ୟରେ ପରିବା ଦରକୁ ନେଇ କିଛି ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରାବଣ ପ୍ରଥମ ସପ୍ତାହରୁ କଞ୍ଚା ପରିବା ଦର ଉପରମୁହାଁ lଯେଉଁଠି କିଲୋ କିଲୋ କଞ୍ଚା ପରିବା ହାଣ୍ଡି ସଳକୁ ବୋହି ନେଇଯାଉଥିଲେ ଗ୍ରାହକ,ଏବେ ତାହା ଗ୍ରାମରେ କାମ ଚଲେଇଛନ୍ତି।ଖାସ କରି ଟମାଟ ଦାମ ଖାଉଟିକୁ ବାଧୁଛି। ଶ୍ରlବଣ ମାସରେ ସାଧାରଣତଃ ସାଧା ଖାଇବାକୁ ପ୍ରାୟ ପସନ୍ଦ କରିଥାନ୍ତି l ଆଉ ସଦା ତରକାରୀରେ ଟମାଟ ବିନା ସ୍ୱାଧ ଫିକା ଫିକା।ପାଟିକୁ ସୁଆଦ ଟମାଟ କିଛି ଦିନ ତଳେ ୪୦ ଟଙ୍କା ଥିବା ଵେଳେ ୧୫ଦିନ ଭିତରେ ଦର ୭୦ରୁ ୮୦ଛୁଇଁଲାଣି ଖାଲି ଟମାଟ କଣ, କଞ୍ଚା ପନିପରିବା ଭିତରେ ବିନ ୮୦ ରୁ ୧୦୦, ଛୁଇଁ ୮୦ ରୁ ୧୦୦, ଦେଶୀ ପୋଟଳ ୪୦, ବାଇଗଣ ୫୦, କଞ୍ଚା କଦଳୀ ପିସ ୧୦ଟଙ୍କା, ଭଣ୍ଡା କିଲୋ ୩୦ ଟଙ୍କା l ଅଦା, ରସୁଣ କଥା ନ କହିବା ଭଲ l ଅଦା କିଲୋ ୧୮୦ରହିଥିବା ବେଳେ, ରସୁଣ ୨୦୦ଟଙ୍କା। ଉପର ମୁହାଁ ଦର ଉଭୟ ଖାଉଟି ଓ ବ୍ୟବସାୟୀ ଙ୍କ ଚିନ୍ତା ବଢ଼େଇଛି। ରାଜ୍ୟ ବାହାରୁ ପରିବାର ଆମଦାନୀ ହେଉଥିବା ବେଳେ, ଆବଶ୍ୟକ ଅନୁଯାୟୀ ମାଲ ଆସିପାରୁନି। ଫଳରେ ଦର ବଢୁଛି। ଲୋକାଲ ମାଲ ଆସିବାକୁ ଆହୂରି ୨ମାସ ପାଖାପାଖି ସମୟ ରହିଛି। ଏଭଳି କ୍ଷେତ୍ରରେ ଦର ଚିନ୍ତା ବଢ଼ାଇଛି।