thelifelinemedia
Latest Odisha News, Breaking News Today

ଯାହା ଦାବି ଥିଲା.. ଓଡିଶା ପାଇଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଯାହା ଆମେ ଦାବି ରଖିଥିଲୁ ସବୁ ପୂରଣ ହୋଇଛି। କେନ୍ଦ୍ର ବଜେଟରେ ଓଡିଶାକୁ ବହୁତ କିଛି ମିଳିଛି ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଏହା ଓଡ଼ିଶାର ପର୍ଯ୍ୟଟନ ମହିଳା, ଗରିବ, ଯୁବ, କୃଷକଙ୍କ ପାଇଁ ବଜେଟ। ଶକ୍ତି କ୍ଷେତ୍ର ପାଇଁ ଵି ବ୍ୟବସ୍ଥା ଅଛି। ଏ ବଜେଟ ସ୍ୱାଗତଯୋଗ୍ୟ। ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ବୈଠକ ଡାକିଥିଲେ। ମୁଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଯୋଗ ଦେଇଥିଲି।ଯାହା ଦାବି ଦେଉଥିଲୁ, ତାହା ପୂରଣ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ମନ୍ଦିର, ଜଙ୍ଗଲ, ଇକୋ ଟୁରିଜିମ, ସମୁଦ୍ରକୂଳକୁ ନେଇ ବିକାଶ କଥା କହିଛନ୍ତି କେନ୍ଦ୍ର ସରକାର।ଏଠି କାମ ମିଳିବ, ଦାଦନ ଖଟିବାକୁ ଯିବାକୁ ପଡ଼ିବନି। ଓଡ଼ିଶାବାସୀ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମଳା ସୀତାରମଣକୁ ଧନ୍ୟବାଦ ଦେଇଛନ୍ତି କନକ ବର୍ଦ୍ଧନ ସିଂ ଦେଓ।ପ୍ରଧାନମନ୍ତ୍ରୀ ପ୍ରଚାର ବେଳେ ଯାହା କହିଥିଲେ, ତାହା କରି ଦେଖାଇଛନ୍ତି।ବଜେଟ ନେଇ ଗୃହରେ କହି ପାରିଥାନ୍ତେ ବିରୋଧୀ ବିଜେଡି। ହେଲେ ସେମାନେ ରହିଲେ ନାହିଁ। ଓଡ଼ିଶା ବିଜେପିର ୨୦ ସାଂସଦ ଅଛନ୍ତି ବୋଲି ଏତେ ବଡ଼ ବଜେଟ ପାଇଲା ଓଡ଼ିଶା।ଆରୋପ ପ୍ରତ୍ୟାରୋପ ବିରୋଧୀ କରନ୍ତି।ଉପା ସରକାର ସମୟରେ ଵି ଏତେ ପାଉ ନଥିଲା ଓଡିଶା। ଲୋକ ଖୁସି ଥିବା ମୁଁ ଦେଖିଛି। ମରିନ କ୍ଷେତ୍ରରେ ଆମେ ଦ୍ଵିତୀୟ। ସେ ଦିଗରେ ଵି ବଜେଟରେ ଅଛି। ଆଜି ଯେବେ କେନ୍ଦ୍ର ସରକାର ଓଡିଶା ଟୁରିଜିମ ବିକାଶ ପାଇଁ ଘୋଷଣା କରିଛନ୍ତି।ଏଠି ସ୍ୱତନ୍ତ୍ର ପ୍ୟାକେଜ କଣ ମାଗୁଛନ୍ତି? ଓଡିଶାକୁ ଯେତିକି ସହାୟତା ଦରକାର। କେନ୍ଦ୍ର ରାସ୍ତା, ପ୍ରଧାନମନ୍ତ୍ରୀ ଆବାସ ପରି ଯୋଜନା ପରି ବ୍ୟବସ୍ଥା ଏହି ବଜେଟରେ କରାଯାଇଛି। ଓଡିଶା ତା ଭାଗ ପାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି

Leave A Reply

Your email address will not be published.