ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ

କଟକ:ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି। ଓଡିଶା ପାଇଁ ଖେଳିଆସୁଥିବା ଶୁଭ୍ରାଂଶୁ ଏବେ ଓଡିଶା କ୍ରିକେଟକୁ ବାଏ ବାଏ କରିଛନ୍ତି।
ମଧ୍ୟ ପ୍ରଦେଶ ପାଇଁ ଖେଳିବା ନେଇ ଓଡିଶା କ୍ରିକେଟ ଛାଡିଛନ୍ତି ଶୁଭ୍ରାଂଶୁ। ଏ ନେଇ ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିପାଇଁ OCAରେ NOC ପାଇଁ ଆବେଦନ କରିଥିଲେ ଶୁଭ୍ରାଂଶୁ। ଆଉ ଏବେ OCA ଶୁଭ୍ରାଂଶୁଙ୍କ NOC କୁ ଗ୍ରହଣ କରିଛି। ଶୁଭ୍ରାଂଶୁ ଓଡିଶା କ୍ରିକେଟର ଜଣେ ଉଦିୟମାନ ଖେଳାଳି ଥିଲେ। NOC ପାଇବା ପରେ ଗଣମାଧ୍ୟମ କୁ ପତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି।
ମୋ କ୍ୟାରିୟର ପାଇଁ ନିଷ୍ପତ୍ତି ନେଇଛି। ପୂର୍ବରୁ କିଛି ଖେଳାଳି ବାହାରକୁ ଯାଇ ସଫଳତା ପାଇଛନ୍ତି। ମୋର ବି ଆଶା ମୁଁ ସଫଳତା ପାଇବି। ମଧ୍ୟ ପ୍ରଦେଶ କ୍ରିକେଟ ର କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ମୋତେ ଯୋଗାଯୋଗ କରିଥିଲେ। ଓସିଏର ସପୋର୍ଟ ରହିଛି। ଓସିଏକୁ ଧନ୍ୟବାଦ। ମୋର NOCକୁ ଗ୍ରହଣ କରିଛନ୍ତି। ମୋତେ ଗୋଟେ ସୁଯୋଗ ମିଳିଛି ତେଣୁ ମୁଁ ମୋ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଇଛି। ଭଲ ଟିମ ଓ ଭଲ କୋଚ ଙ୍କ ପକ୍ଷରୁ ମୋତେ ସୁଯୋଗ ଦେବା ପାଇଁ ବିଶ୍ୱାସ ଦେଇଛନ୍ତି ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି।ଓସିଏ ରେ କିଛି ଅଭାବ ତ୍ରୁଟି ନାହିଁ , ସମସ୍ତେ ଏଠି ଖେଳି ଆଗକୁ ଯାଇ ପାରିବେ। ମୋର ଏ ନିଷ୍ପତ୍ତି ବ୍ୟକିଗତ ବୋଲି କହିଛନ୍ତି ଶୁଭ୍ରାଂଶୁ।