ଆହୁରି ୫ ଦିନ ଭିଜିବ ଓଡିଶା

ଭୁବନେଶ୍ୱର : ଆହୁରି ପାଞ୍ଚ ଦିନ ପର୍ଯ୍ୟନ୍ତ ଓଡିଶା ଭିଜିବ। ସାମଗ୍ରିକ ଭାବେ ଭଲ ବର୍ଷା ପାଇବ ରାଜ୍ୟ। ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଖାସକରି ମଧ୍ୟମ ଧରଣ ବର୍ଷା ସହ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଲଘୁଚାପ ଛତିଶଗଡ଼ ଉପରେ ରହିଛି। ଯାହା ଫଳରେ ରାଜ୍ୟରେ ଆଗାମୀ ୪ଦିନ ଅଧିକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନେକ ସ୍ଥାନରେ ରହିବ। ୨୪ ଘଣ୍ଟାରେ ହାଲୁକା ମଧ୍ୟମ ଧରଣର ବର୍ଷା ଅନେକ ସ୍ଥାନରେ ହେବ। ପ୍ରବଳ ବର୍ଷା ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାରେ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଲି ଅନେକ ସ୍ଥାନରେ ହାଲୁକାରୁ ଧରଣ ବର୍ଷା ସହ ଅତି ପ୍ରବଳ ହେବ। ଅତି ପ୍ରବଳ ବର୍ଷା ପାଇଁ ବରଗଡ଼,ସୋନପୁର , ବୌଦ୍ଧ , ସମ୍ବଲପୁର ଜିଲ୍ଲା ଏବଂ ପ୍ରବଳ ବର୍ଷା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଜିଲ୍ଲାକୁ ସତର୍କ କରଯାଇଛି। ପରବର୍ତ୍ତୀ ଲଘୁଚାପକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ଆକଳନ କରାଯାଇ ନାହିଁ। ରାଜ୍ୟରେ ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ୨୨ ତାରିଖ ପର୍ଯ୍ୟନ୍ତ ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି। ମାଲକାନାଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ୨୪ ଘଣ୍ଟାରେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ସର୍ବାଧିକ ବର୍ଷା ୧୬୪.୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।