ଆସିଲା ବଜେଟ, ୯ଟି କ୍ଷେତ୍ର ଉପରେ ଫୋକସ

ନୂଆଦିଲ୍ଲୀ:ଉପସ୍ଥାପନ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ବଜେଟ ଉପସ୍ଥାପନ କରିଛନ୍ତି।ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଲଗାତାର ୭ମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଗତ ଫେବ୍ରୁଆରି ମାସରେ ଅର୍ଥମନ୍ତ୍ରୀ ଏକ କାମଚଳା ବଜେଟ୍ ଆଗତ କରିଥିଲେ । ଏହି କାମଚଳା ବଜେଟର ଅବଧି ଏପ୍ରିଲଠାରୁ ଜୁଲାଇ ପର୍ଯ୍ୟନ୍ତ ଥିଲା । ଏବେ ନିର୍ବାଚନ ପରେ ଅର୍ଥମନ୍ତ୍ରୀ ଲୋକସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏଥରର ବଜେଟ ୯ସୂତ୍ରୀ ବିକାଶ ଯୋଜନା।
୯ଟି କ୍ଷେତ୍ର ଉପରେ ଫୋକସ ଦିଆଯାଇଛି। ୨୦୪୭ ବିକଶିତ ଭାରତ ଲକ୍ଷ ନେଇ ବଜେଟ ତିଆରି ହୋଇଛି।ବିକଶିତ ଭାରତ ପାଇଁ ୯ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇଛନ୍ତି । ୯ ସୂତ୍ରୀ ବିକାଶ ଯୋଜନା ବଜେଟ ମାଧ୍ୟମରେ ଦେଶବାସୀଙ୍କୁ ଭେଟି ଦେଇଛନ୍ତି ଅର୍ଥ ମନ୍ତ୍ରୀ।
ସେଗୁଡ଼ିକ ହେଉଛନ୍ତି କୃଷି, ରୋଜଗାର, ଅନ୍ତର୍ଭୁକ୍ତ ବିକାଶ, ଉତ୍ପାଦନ ଓ ସେବା କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ଉଦ୍ଭାବନ, ଗବେଷଣା ଓ ବିକାଶ ଓ ନୂଆ ପିଢିର ସଂସ୍କାର ।ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। କୃଷି ଉପରେ ଅଧିକ ଗବେଷଣା କରାଯିବ । ଘରୋଇ କ୍ଷେତ୍ରକୁ ମଧ୍ୟ କୃଷି କ୍ଷେତ୍ର ପାଇଁ ପ୍ରୋତ୍ସାହିତ କରାଯିବ। ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦିଆଯିବ। ଡାଲି ଜାତୀୟ ଚାଷକୁ ପ୍ରୋତ୍ସାହନ ଦିଆଯିବ।କୃଷି କ୍ଷେତ୍ର ପାଇଁ ବଜେଟରେ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ପ୍ରାବଧାନ ହୋଇଛି। ବଜେଟରେ ମହିଳା ଯୁବକଏବଂ କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି।