କିଏ ହେବେ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ? ରେସରେ ମୋକିମ ନାଁ ସବୁଠୁ ଆଗରେ

ଭୁବନେଶ୍ୱର: ପିସିସି ଭଙ୍ଗ ପରେ ଏବେ ଚର୍ଚ୍ଚା କିଏ ହେବେ ରାଜ୍ୟ କଂଗ୍ରେସର ନୂଆ ସଭାପତି? କିଏ ସମ୍ଭାଳିବ ରାଜ୍ୟ କଂଗ୍ରେସ ମଙ୍ଗୁଆଳ?ଶରତ ପଟ୍ଟନାୟକଙ୍କ ସ୍ଥାନ କିଏ ନେବେ? ରେସରେ ଅନେକଙ୍କ ନାଁ ରହିଛି। କିନ୍ତୁ ସବୁଠୁ ଆଗରେ ମହମ୍ମଦ ମୋକିମଙ୍କ ନାଁଙ୍କୁ ନେଇ ଚର୍ଚ୍ଚା। କୁହାଯାଉଛି ତାଙ୍କୁ ପିପିସି ସଭାପତି ପଦରେ ବସେଇବା ପାଇଁ ଦଳ ନିଷ୍ପତ୍ତି ନେଇପାରେ। ଚର୍ଚ୍ଚା ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ମହମ୍ମଦ ମୋକିମ, ତାରା ପ୍ରସାଦ ବାହିନୀପତି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁ ରହିଛି। କିନ୍ତୁ ସଭାପତି ପଦ ଦୌଡ଼ରେ ସବୁଠୁ ଆଗରେ କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ୨୦୨୪ ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୧୪କୁ ବୃଦ୍ଧି ପାଇଛି। ବିଶେଷକରି ଦକ୍ଷିଣ ଓଡିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଆଗକୁ ପୂର୍ବ, ଉତ୍ତର ଓ ପଶ୍ଚିମ ଓଡିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଲକ୍ଷ୍ୟ ରଖିଛି।
ତେଣୁ ଆଗକୁ ସଂଗଠନକୁ ଅଧିକ ମଜବୁତ କରିବାକୁ ସେହିଭଳି ନେତାଙ୍କୁ ଚୟନ କରିବାକୁ ଲକ୍ଷ୍ୟ ରଖିଛି ଏଆଇସିସି । ସେହି ଧାରାରେ ମହମ୍ମଦ ମୋକିମଙ୍କ ଭଳି ଦକ୍ଷ ଅନୁଭଵୀ ନେତାଙ୍କ ଉପରେ ଦଳ ଭରଷା କରି ପାରେ ବୋଲି ରାଜନୈତିକ କରିଡ଼ରରେ ଚର୍ଚ୍ଚା ଜୋର ଧରିଛି।