thelifelinemedia
Latest Odisha News, Breaking News Today

ନିର୍ବାଚନରୁ ଓହରିଲେ ବାଇଡେନ::ଆମେରିକା ରାଜନୀତିରେ ଝଡ

ୱସିଂଟନ:ଆମେରିକା ରାଜନୀତିରେ ଝଡ଼। ରାଷ୍ଟ୍ରପତି ନିର୍ବାଚନରୁ ଓହରିଛନ୍ତି ଜୋ ବାଇଡେନ। ରାଷ୍ଟ୍ର ଓ ଦଳର ହିତ ପାଇଁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଚଳିତ ବର୍ଷ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। କିନ୍ତୁ ତା ପୂର୍ବରୁ ବାଇଡେନଙ୍କ ନିର୍ବାଚନ ନ ଲଢ଼ିବା ନିଷ୍ପତ୍ତି ଆମେରିକା ରାଜନୀତିରେ ନୂଆ ମୋଡ଼ ସୃଷ୍ଟି କରିଛି। ସ୍ବାସ୍ଥ୍ୟଗତ ସମସ୍ୟା ଓ ଅନ୍ୟାନ୍ୟ କାରଣକୁ ନେଇ ବାଇଡେନ ତୀବ୍ର ସମାଲୋଚିତ ହୋଇଥିଲେ। ଦଳର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ପରୋକ୍ଷରେ ବାଇଡେନଙ୍କୁ ନିର୍ବାଚନରୁ ଓହରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବାଇଡେନ ଦେଶ ଓ ଦଳର ସ୍ବାର୍ଥ ପାଇଁ ନିର୍ବାଚନରୁ ଓହରିଯାଇଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ସୋସିଆଲ ଏକ୍ସରେ ବାଇଡେନ ଲେଖିଛନ୍ତି ଯେ ଦେଶ ଏବଂ ଦଳର ସ୍ବାର୍ଥ ଦୃଷ୍ଟିରୁ ମୁଁ ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହରିଯାଉଛି।ଏକ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିବାରୁ ମୁଁ ଗୌରବାନ୍ୱିତ ବୋଲି ବାଇଡେନ କହିଛନ୍ତି। ତେବେ ରାଷ୍ଟ୍ରପତି ପଦ ନିମନ୍ତେ ବାଇଡେନ ଉପରାଷ୍ଟ୍ରପତି କମଳା ହାରିସଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କମଳା ହାରିସ ହିଁ ସର୍ବୋତ୍ତମ ବୋଲି କହିଛନ୍ତି ବାଇଡେନ୍। ତାଙ୍କୁ ସମର୍ଥନ କରିବାକୁ ଦଳକୁ ଆହ୍ୱାନ ଦେଇଛନ୍ତି। ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ।

Leave A Reply

Your email address will not be published.