ଅପରିପକ୍ବ, ଅନଭିଜ୍ଞ ମୋହନ ସରକାର: ବିଜେଡି

ଭୁବନେଶ୍ୱର:ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳେଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ବିଜେଡି ମୁଖପାତ୍ର ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି ବିଜୁ ବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ। କିନ୍ତୁ ମୋହନ ସରକାରକୁ ୩୦ ଦିନ ପୁରି ନାହିଁ ତାଙ୍କର ଅପରିପକ୍ୱତା ଅସହିଷ୍ଣୁତା ବାରି ହେଉଛି ସରକାରଙ୍କ ବାମ ହାତ କଣ କରୁଛି ଡାହାଣ ହାତ ଜାଣିପାରୁନି। ବିଜୁବାବୁଙ୍କ ଲିଗାସି ହଟାଇବାକୁ ପ୍ରୟାସ କରୁଛନ୍ତି। ବିଜୁ ବାବୁ ଓଡ଼ିଆ ଅସ୍ମିତାର ପରିଚୟ ନା ନାହିଁ ସ୍ପଷ୍ଟ କରନ୍ତୁ ସରକାର। ଜାତି ପ୍ରତି ବିଜୁ ପଟ୍ଟନାୟକଙ୍କ ଅବଦାନ କୁ ଭଲ ଭାବେ ବୁଝି ନାହିଁ ବିଜେପି। ବିଜୁ ଅବଦାନ କୁ ନ୍ୟୁନ ଦର୍ଶାଇବା ଓ ତାଙ୍କ ନାଁ ଜନ ମାନସରୁ ହଟାଇବାକୁ ପ୍ରୟାସ କରୁଛନ୍ତି। ଭଲ କାମ କରି ଲୋକଙ୍କ ପ୍ରିୟ ହୁଅନ୍ତୁ। ପ୍ରବାଦ ପୁରୁଷଙ୍କ ନା ଜନମନସ ରୁ ହଟାଇବାବୁ ଅପଚେଷ୍ଟ ନ କରନ୍ତୁ। ସରକାର ନିଜେ କଣ କରୁଛନ୍ତି ଜାଣି ପାରୁନାହାଁନ୍ତି। ମୋହନ ବାବୁଙ୍କ ଆୟତରେ ରାଜ୍ୟ ସରକାର ନାହାନ୍ତି। କ୍ରୀଡା ବିଭାଗ ବିଜ୍ଞପ୍ତି ଜାରି କରିଛି ମୁଖ୍ୟମନ୍ତ୍ରୀ ଖଣ୍ଡନ କରୁଛି। ଅନେକ ବିଭାଗ ଅନେକ ଟିକା ଟିପ୍ପଣୀ ଦେଉଛନ୍ତି ଅନ୍ୟ ଜଣେ ମନା କରୁଛନ୍ତି। ଏହା ଅପରିପକ୍ବ, ଅନଭିଜ୍ଞ ସରକାର। ଇତିହାସ କୁ ନିଜ ବାଟରେ ଲେଖିବାକୁ ଚେଷ୍ଟା ନ କରନ୍ତୁ ସରକାର। ଓଡ଼ିଶା ଲୋକଙ୍କ ଭାବାବେଗକୁ କୁଠାରଘାତ୍ ହେବା ଭଳି କାମ ନ କରନ୍ତୁ ସରକାର। ସରକାର ଆକ୍ରୋଶ ମୂଳ ବ୍ୟବହାର କରୁଛି। ଗତ ସରକାର ସବୁ ଉପଲବ୍ଧି କୁ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି। ଲକ୍ଷ୍ମୀ ବସ ରଙ୍ଗ ବଦଳେଇବା, ଭୁଲ୍ ତଥ୍ୟ ଦେବା, ଲୋଗୋ ଚେଞ୍ଜ କରିବା ଭଳି ପଦକ୍ଷେପ ନେଉଛନ୍ତି। ଲୋକଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ନ କରନ୍ତୁ। ଇତିହାସକୁ ସୁନ୍ଦର କରନ୍ତୁ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।