thelifelinemedia
Latest Odisha News, Breaking News Today

ନିଳାଦ୍ରୀ ବିଜେ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ନିଳାଦ୍ରୀ ବିଜେ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଓଡ଼ିଶା ବାସୀଙ୍କ ସର୍ବ ମଙ୍ଗଳ କାମନା କରିବା ସହିତ ରଥଯାତ୍ରା ସୁପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ପୁରୀ ଗସ୍ତ ଶେଷ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।ନିଳାଦ୍ରୀ ବିଜେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରୀମନ୍ଦିର ଯାଇ ସାରା ଓଡ଼ିଶା ବାସୀଙ୍କ ସର୍ବ ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ରଥଯାତ୍ରାର ଏବଂ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟାର ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ସମସ୍ତ ସେବାୟତ ଗଣ, ଜିଲ୍ଲା ପ୍ରଶାସନ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀ ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ସ୍ବେଛାସେବୀ ସଂଗଠନ ଏବଂ ସର୍ବୋପରି ପୁରୀ ସହର ବାସୀଙ୍କୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଦେଇଛନ୍ତି ।ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଧାର୍ମିକ ଓ ଆଧ୍ୟାତ୍ମିକ ମହୋତ୍ସବ ମହାପ୍ରଭୁଙ୍କ ଆଶୀର୍ବାଦରେ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳିତ ହୋଇ ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି

Leave A Reply

Your email address will not be published.