କ୍ରୀଡା ପୁରସ୍କାରରେ ହଟିଲା ବିଜୁ ପଟ୍ଟନାୟକଙ୍କ ନାଁ, ତେଜିଲା ରାଜନୀତି

ଭୁବନେଶ୍ୱର: ବଦଳିଲା ବିଜୁ ପଟ୍ଟନାୟକକ୍ରୀଡା ପୁରସ୍କାରର ନାଁ।
ସରକାରୀ କାର୍ଯ୍ୟକ୍ରମରୁ ବିଜୁ ପଟ୍ଟନାୟକଙ୍କ ନାଁ ହଟିଲା । ପ୍ରଥମେ କ୍ରୀଡା ବିଭାଗ ନେଇଛି ଏଭଳି ପଦକ୍ଷେପ। କ୍ରୀଡା ବିଭାଗ ନାଁ ହଟେଇଛି।
ପ୍ରତିବର୍ଷ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ହେଲା । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ଏହାର ନାମ ହେଲା ଓଡିଶା ରାଜ୍ୟ କ୍ରୀଡା ସମ୍ମାନ । ଜାତୀୟ କ୍ରୀଡା ଦିବସରେ ଓଡିଶାର କୃତି ଓ ସଫଳ କ୍ରୀଡ଼ାବିତ, କୋଚ, ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ଦିଆଯାଏ ଏହି ସମ୍ମାନ । କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଯାହାକୁ କଡା ଭାଷାରେ ସମାଲୋଚନା କରିଛି ବିଜେଡି । କହିଛି ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ ।
ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ଅନୁଷ୍ଠାନ । ବିଜୁ ବାବୁ ୩ଟିଦେଶର ସମ୍ମାନରେ ସମ୍ମାନିତ । ବିଜୁବାବୁ ରାଷ୍ଟ୍ରର ସମ୍ପତ୍ତି । ତେଣୁ ତାଙ୍କ ନାଁ କାଟି ମୋହନ ସରକାର କେଉଁ ଯଶ ବାନା ଉଡାଇବେ । ଏପରି ରାଜନୀତି କରିବା ଠିକ ନୁହେଁ ବୋଲି ଆମେ ବିଚାର କରୁଛୁ । ବିଜୁ ବାବୁ ଜଣେ ଦିବଙ୍ଗତ ନେତା ଓ ଓଡିଶାର ମଉଡ଼ ମଣି । ତାଙ୍କୁ ନେଇ ଆମେ ଗର୍ବ କରୁଛୁ । ଯାହାଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି । ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ କାର୍ଯ୍ୟ କରିଛନ୍ତି । ଭାରତର ସ୍ଵାଧିନତା ସଂଗ୍ରାମରେ ତାଙ୍କର ଭୂମିକା ରହିଛି । ଏଭଳି ନିଷ୍ପତ୍ତିରୁ କ୍ଷାନ୍ତ ରହିବାକୁ ଆମେ ବିନମ୍ର ଅନୁରୋଧ କରୁଛୁ ବୋଲି ବିଜେଡି କହିଛି।