ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ୍ ମାର୍କ

ବ୍ୟୁରୋ:ରାଜ୍ୟରେ ଯୁକ୍ତ ଦୁଇ କଟ ଅଫ୍ ମାର୍କ ପ୍ରକାଶ ପାଇଛି। ଆଗରେ ରହିଛି କଟକର ରେଭେନ୍ସା କଲେଜ। ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ମୋଟ ଛାତ୍ର ଛାତ୍ରୀ ପ୍ରଥମ ଚୟନ ହୋଇଛନ୍ତି ୪ଲକ୍ଷ ୨୬ହଜାର ୪୭୨ଜଣ ଛାତ୍ର ଛାତ୍ରୀ। ଏନେଇ ଆବେଦନ କରିଥିଲେ ୪ଲକ୍ଷ ୭୬ହଜାର ୯୩ଜଣ ଛାତ୍ର ଛାତ୍ରୀ। କଳାରେ ୨ଲକ୍ଷ ୭୧ହଜାର ୪୮୨। ବାଣିଜ୍ୟରେ ୨୪ହଜାର ୩୫୪ଜଣ ଛାତ୍ର ଛାତ୍ରୀ। ସେହିପରି ବିଜ୍ଞାନ ବିଭାଗରେ ୧ଲକ୍ଷ୍ୟ ୧୭ ହଜାର ୨୭୩। ଧନ୍ଦାମୂଳକରେ ୪ହଜାର ୯୭୮ ଏବଂ ଉପସାସ୍ତ୍ରିରେ ୮ହଜାର ୩୭୫ ଚୟନ ହୋଇଛନ୍ତି। ସେଥିମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ଚୟନ ହୋଇଛି ୨ଲକ୍ଷ ୩ ହଜାର ୭୫୫ ଜଣ ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୨ ଲକ୍ଷ ୨୨ହଜାର ୬୯୭। ତୃତୀୟ ଲିଙ୍ଗି ୨୦ଜଣ ପ୍ରଥମ ପର୍ଯ୍ୟୟରେ ଚୟନ ହୋଇଛନ୍ତି। ଅନ୍ୟପଟେ ବାକି ୪୯ହଜାର ୬୨୧ଦ୍ଵିତୀୟ ପର୍ଯ୍ୟାୟରେ ଚୟନ କରାଯିବ।ଏପଟେ 91ଟି ସ୍କୁଲକୁ ଅପ ଗ୍ରେଡ କରାଯାଇଛି। ସେଥିରେ ମଧ୍ୟ ନାମ ଲେଖାଇ ପାରିବେ ଛାତ୍ର ଛାତ୍ରୀ। ସମସ୍ତ ବିଭାଗରେ କଟଅଫରେ ଆଗରେ ରହିଛି ରେଭେନ୍ସା। କଳା ବର୍ଗର କଟକର ରେଭେନ୍ସା ସାଧାରଣ ବର୍ଗରେ ୭୫.୧୭ ଏସ ସି ବର୍ଗରେ ୬୩.୮୩, ଏସ ଟି ବର୍ଗରେ ୬୦ପ୍ରତିଶତ ରହିଥିବା ବେଳେ ଆଗରେ ମଧ୍ୟ ରହିଛି ବିଜ୍ଞାନ ବର୍ଗରେ କଟକର ରେଭେନ୍ସା। ତେବେ ରେଭେନ୍ସାର ସାଧାରଣ ବର୍ଗରେ ୯୧.୫୦, ଏସ ସି ବର୍ଗରେ ୮୩.୬୦ ଏସ ଟି ବର୍ଗରେ ୭୧ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ ରହିଛି। ତେବେ ସାଧାରଣ ବର୍ଗରେ ୭୭ ପ୍ରତିଶତ, ଏସସିରେ ୫୮.୫୦ ଓ ଏସଟି ବର୍ଗରେ ୪୦ ପ୍ରତିଶତ ରହିଛି। ଟପ୍ ୧୦ରେ କଳା ବିଭାଗରେ ରହିଛି ରେଭେନ୍ସା କଲେଜ, ରାଉରକେଲା ସରକାରୀ କଲେଜ, ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ, ବାଲେଶ୍ଵରର ଫକିର ମୋହନ କଲେଜ, ଭବାନୀପାଟଣା କଲେଜ, କଟକର ଶୈଳବାଳା କଲେଜ, ପଦ୍ମପୁର ଆଁଚଳ କଲେଜ, ଧରଣୀଧର କଲେଜ, ଗଙ୍ଗାଧର ମେହେର କଲେଜ ଆଦି ରହିଥିବା ବେଳେ
ଟପ୍ ୧୦ରେ ବିଜ୍ଞାନ ବିଭାଗରେ ରହିଛି ରେଭେନ୍ସା କଲେଜ, ବିଜେବି କଲେଜ, ବ୍ରହ୍ମପୁରର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କଲେଜ, ଜେକେବିକେ କଲେଜ, ବାଲେଶ୍ଵରର ଫକିର ମୋହନ କଲେଜ, ସୋରୋ ର ଉପେନ୍ଦ୍ରନାଥ କଲେଜ, ଶୈଳବାଳା କଲେଜ ଆଦି ରହିଛି।
ସେହିପରି ଟପ୍ ୧୦ରେ ବାଣିଜ୍ୟ ବିଭାଗରେ ରହିଛି ରେଭେନ୍ସା କଲେଜ, ରାଉରକେଲା କଲେଜ, ବିଜେବି କଲେଜ, ଯେକେବିକେ କଲେଜ, ରାଉରକେଲା ମୁନିଷପାଲଟି କଲେଜ, ବ୍ରହ୍ମପୁରର ଶଶି ଭୂଷଣ ରଥ କଲେଜ, ରାଜଧାନୀ କଲେଜ, ରମାଦେବୀ ମହିଳା କଲେଜ ଆଦି ରହିଛି।
ତେବେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ର ଛାତ୍ରୀ ମାନେ ୨୨ ତାରିଖରୁ ୩୦ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ଛାତ୍ର ଛାତ୍ରୀ ମାନେ ସମସ୍ତ ଡକ୍ୟୁମେଣ୍ଟ ସହିତ ନାମଲେଖାଇବେ। ପ୍ରତି ଘଣ୍ଟାରେ କଲେଜରେ ୧୫ଜଣଙ୍କର ନାମଲେଖା କରାଯିବ। ଏପଟେ ଚୟସ ଫିଲିଂ ଅଗଷ୍ଟ ୧୨ତାରିଖରୁ ୧୪ଅଗଷ୍ଟ ପର୍ଯ୍ୟନ୍ତ କରାଯିବ।