thelifelinemedia
Latest Odisha News, Breaking News Today

ବର୍ଷା ହଇରାଣ କରିବା ବନ୍ଦ କରନ୍ତୁ:ଅନୁଭବ

କଟକ:ମୋତେ ଜାଣିଶୁଣି ହଇରାଣ କରାଯାଉଛି। ମୋ ବିରୁଦ୍ଧରେ ଅଯଥା କେସ ଲଗାଇ ହଇରାଣ ନ କରନ୍ତୁ ବୋଲି ବର୍ଷାଙ୍କୁ ଏଭଳି କହିଛନ୍ତି ପୂର୍ବତନ ସାଂସଦ ଅନୁଭବ ମହାନ୍ତି। ତାଙ୍କ ବିରୁଦ୍ଧରେ ବର୍ଷା

ଘରୋଇ ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି ଅନୁଭବ ମହାନ୍ତି । କହିଛନ୍ତି ମୁଁ କୋର୍ଟ ଆସୁଛି ହେଲେ ବର୍ଷା ଆସୁନାହାନ୍ତି।
ଯାହାକୁ ମୁଁ ଏତେ ଭଲ ପାଉଥିଲି ସେ ଆଜି ମତେ କେତେ ହଇରାଣ କରୁଛନ୍ତି।ମିଛ ଅଭିଯୋଗ କରି ହଇରାଣ କରିବା ବନ୍ଦ କରନ୍ତୁ ବୋଲି ଅନୁଭବ କହିଛନ୍ତି। ଆପଣଙ୍କ ଅଭିଯୋଗର ପ୍ରମାଣ ଥିଲେ କୋର୍ଟ କୁ ଆସି ଜଣାନ୍ତୁବୋଲି ସିଧା ସଳଖ ବର୍ଷାକୁ କହିଛନ୍ତି ଅନୁଭବ।ତେବେ
ଆସନ୍ତା ୨୩ ଜୁଲାଇ ମାମାଲାର ପରବର୍ତ୍ତୀ ଶୁଣାଣି ହେବ।ପୁରୀଘାଟ ଥାନାରେ ବର୍ଷା ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁ ରେ ନିର୍ଯାତନା ଅଭିଯୋଗ ଆଣିଥିଲେ।ଏହି ମାମଲା ପୋଲିସ ତଦନ୍ତ ପରେ କୋର୍ଟକୁ ଆସିବା ପରେ ବିଚାର ଜାରି ରହିଛି।

Leave A Reply

Your email address will not be published.