ଗୁରୁବାର ପୁଣି ଥରେ ଖୋଲିବ ରତ୍ନ ଭଣ୍ଡାର

ପୁରୀ:ଆସନ୍ତା ଗୁରୁବାର ପୁଣି ଥରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ।ଶୁଭ ମୁହୂର୍ତ୍ତରେ ସକାଳ ୯.୫୧ ରୁ ୧୨.୧୫ ମଧ୍ୟରେ ଟ୍ରେଜେରୀରୁ ନୂଆ ଚାବି ଆଣି ଭିତର ରତ୍ନଭଣ୍ଡାର ଖୋଲାଯିବ।ପୂର୍ବ ଏସଓପିକୁ ଅନୁପାଳନ କରାଯିବ।ପୂର୍ବ ଭଳି ୧୧ଜଣିଆ କମିଟି ଭିତରକୁ ଯିବେ। କୌଣସି ସଦସ୍ୟ ଧାତବ ପଦାର୍ଥ ବା ସୁନା ଜିନିଷ ପିନ୍ଧି ଭିତରକୁ ଯାଇ ପାରିବେନି।୧୮ ତାରିଖ ଦିନ ହିଁ ଭିତର ରତ୍ଵଭଣ୍ଡାର ସିନ୍ଦୁକ ଓ ଆଲମିରାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୂତନ ସିନ୍ଦୁକ ଓ ଆଲମିରାକୁ ରତ୍ନ ଅଳଙ୍କାର ସ୍ଥାନନ୍ତର ହେବ ।ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ନୂତନ ତାଲା ଓ ଚାବି ପକାଯାଇଛି।ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ପୁଣି ତାଲା ଓ ଚାବି ପକାଯିବ।ଭିତର ରତ୍ନଭଣ୍ଡାରରେ ଥୂବା ସିନ୍ଦୁକ ଓ ଆଲମିରାକୁ ମ୍ୟୁଜିୟମରେ ରଖାଯିବ।ସ୍ନେକ ହେଲ୍ପ ଲାଇନ ,ଓଡ୍ରାଫ ,ସ୍ବେଚ୍ଛାସେବୀ,ଡାକ୍ତରୀ ଟିମ,ମାଜିଷ୍ଟ୍ରେଟ ମୁତୟନ ହେବେ।ଚାଙ୍ଗଡ଼ା ଘର ଓ ଫୁଲ ଶେଜ ଘରେ ଅସ୍ଥାୟୀ ଭିତର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ଷ୍ଟ୍ରଙ୍ଗ ରୁମ ଖୋଲାଯିବ।ଭିତର ରତ୍ନଭଣ୍ଡାରରୁ ସମସ୍ତ ରତ୍ନଅଳଙ୍କାର ସ୍ଥାନାନ୍ତର ପରେ ହିଁ ଏଏସଆଇକୁ ମରାମତି ପାଇଁ ଅନୁମତି ଦିଆଯିବ।ରତ୍ନଭଣ୍ଡାର ରତ୍ନଅଳଙ୍କାର ଗଣତି ମଣତି ପାଇଁ ପ୍ରତିଦିନ ଟ୍ରେଜେରୀରୁ ଜଉମୁଦରେ ଥୂବା ଚାବି ପ୍ରତିଦିନ ଅଣାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।